ଭୋଜିଭାତରୁ ଗୁଳିମାଡ଼ ଏହି ସାମାନ୍ୟ କାରଣ ପାଇଁ ସାନଭାଇକୁ ଗୁଳି କରି ମାରି ଦେଲା ବଡ ଭାଇ 
 

New Year Feast Turns Tragic As Man Shot Dead By Elder Brother In Sundargarh
ସାନଭାଇକୁ ଗୁଳି କରି ମାରି ଦେଲା ବଡ ଭାଇ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଵଡ ଭାଇର ଗୁଳିମାଡ଼ରେ ‌ସାନଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଵିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରେ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ସୂଚନା ଅନୁସାରେ ଗୁଳିମାଡରେ ମୃତକ ହେଲେ ତେତେରକେଲାର ସୂର୍ଯ୍ୟ ସିଂହ। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି। ପରିବାରର ପୂର୍ବ କଥାକୁ ନେଇ ସୂର୍ଯ୍ୟ ଓ ତାଙ୍କ ବଡ଼ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। 

ଅଧିକ ପଢନ୍ତୁ :ସ୍ୱାସ୍ଥ୍ୟ ସମସ୍ୟା ସହ ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ  

ହଠାତ ବଡ଼ଭାଇ ପକେଟ ବନ୍ଧୁକ ବାହାର କରି ସୂର୍ଯ୍ୟଙ୍କ ଉପରକୁ ଗୁଳିଚଳାଇ ଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟର ମୃତ୍ୟୁ ହୋଇ ଯାଇଥିଲା। ତେବେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବଡ଼ ଭାଇ ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 

Share this story