ସ୍ୱାସ୍ଥ୍ୟ ସମସ୍ୟା ସହ ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ  
 

Horoscope for Tuesday 2 january 2024
ପଢନ୍ତୁ ଆଜିର ରାଶିଫଳ  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଜାନୁଆରୀ ୨ ତାରିଖ, ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକ ସାବଧାନର ସହ ଚାଲିବାକୁ ପଡିବ ଜାଣନ୍ତୁ...

ମେଷ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଭାରାକ୍ରାନ୍ତ ହେବେ । ବ୍ୟବସାୟିକ ସ୍ତରରେ ଲାଭବାନ ହେବେ । ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ । ଦୂରଯାତ୍ରା କରିପାରନ୍ତି ।

ବୃଷ: ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ । କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଦୂରଯାତ୍ରା ସଫଳ ହେବ ।

ଅଧିକ ପଢନ୍ତୁ :ମଙ୍ଗଳ ଗୋଚର ଫଳରେ ଏହି ୩ ରାଶିଙ୍କ ପାଇଁ ପାଲଟିବ ବରଦାନ, ଦୂର ହେବ ଟାଙ୍କର ଅଭାବ!

ମିଥୁନ: ଦେହ ଓ ମନ ଭଲ ରହିବ । ପୂର୍ବ ବିବାଦରୁ ମୁକ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ରହିଛି । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।

କର୍କଟ: ଆଜି ଆପଣଙ୍କର ଘାତବାର । ଜଗି ରଖି ନଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ । ଦୂରଯାତ୍ରା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ । ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟାଙ୍କି କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ର ସଫଳ ହେବ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ । 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

କନ୍ୟା: ଦେହ ଓ ମନ ପ୍ରଫୁଲ୍ଲ ରହିବ । କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ । ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ । ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ ।

ତୁଳା: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମନ ମଧ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ବନ୍ଧୁ ପରିଜନ ଘରକୁ ଆସିପାରନ୍ତି।

ବିଛା: ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ପିଡା ଅନୁଭବ କରିବେ। ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବନାହିଁ। ଗୃହକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟିହେବ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଧନୁ: ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ମନରେ ସ୍ଥିରତା ଆସିବ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳିର ଯୋଗ ରହୁଛି ।

ମକର: ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ । କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି । ଆୟ ଭଲ ରହିବ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

କୁମ୍ଭ: ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ।

ମୀନ: ଦେହ ଭଲ ରହିବ । ଆଳସ୍ୟପଣ ଲାଗି ରହିବ । ସେୟାର ମାର୍କେଟରୁ ଲାଭ ପାଇବେ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି । ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଚଳନ, ୨୦୨୪ରେ ଏହି ୩ ରାଶି ପାଇବେ ପ୍ରବଳ ଟଙ୍କା !
 

Share this story