କିଏ ଏହି କାମିୟା ଜାନୀ ? କହିଲେ..ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ ମଧ୍ୟ କରେନି
 

Never Had Beef Blogger Kamiya Jani Clarifies After Row Over Jagannath Temple Visit
କିଏ ଏହି କାମିୟା ଜାନୀ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଏ ଏହି କାମୀୟା ଜାନୀ ? କାମିୟା ଜାନୀ ହେଉଛନ୍ତି ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍ ଓ ସୋସିଆଲ୍ ମିଡିଆ ଇନଫ୍ଲୁଏନସର । ତାଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ ହେଉଛି “କର୍ଲି ଟେଲ୍ସ”। ପ୍ରାୟ ୩୦ ଲକ୍ଷ ସବସ୍କ୍ରାଇବର କାମିୟା ଜାନୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ “କର୍ଲି ଟେଲ୍ସ” କୁ ସବସ୍କ୍ରାଇବ କରିଛନ୍ତି । ଇନଷ୍ଟାଗ୍ରାମ୍‌ରେ କାମିୟା ଜାନୀଙ୍କ ମଧ୍ୟ ୭୫୬ କେ ଫଲୋରସ୍‌ ଅଛନ୍ତି । 

କାମୀୟା ୨୦୦୬ରେ ଜଣେ ସାମ୍ବାଦିକ ଭାବରେ ‘ଟାଇମ୍ସ ଅଫ୍‌ ଇଣ୍ତିଆ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ସିଏନ୍‌ବିସି ଟିଭି 18ରେ ମଧ୍ୟ କାମ କରିଛନ୍ତି । ପରେ ସେ ୨୦୧୬ରେ ୟୁଟ୍ୟୁବ୍‌ରୁ କ୍ୟାରିୟର ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

କହିଲେ- ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଲାଗି ଯାଇଥିଲି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀକୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି । ଶ୍ରୀମନ୍ଦିର ପ୍ରଶାସନ କୌଣସି ନିୟମ ଉଲ୍ଲଂଘନ କରିନହାନ୍ତି ।

ସେ ଆହୁରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି । ଭାରତୀୟ ଖାଦ୍ୟ ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ । କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ । ଜଣେ ଭାରତୀୟ ହିସାବରେ ଭାରତର ସୁନ୍ଦରତା, କଳା, ସଂସ୍କୃତି ଓ ବିକାଶର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବାକୁ ଚାହିଁବି ।

ଆଗକୁ ସେ କହିଛନ୍ତି, ‘ମୁଁ ଜଣେ ୟୁଟ୍ୟୁବର । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ, ଜୀବନଶୈଳୀ ସହ ସେହି ସ୍ଥାନର ସ୍ବାତନ୍ତ୍ର୍ୟତା ବିଷୟରେ ଲୋକଙ୍କୁ ଜଣାଇବା ମୋ କାମ । ଗତବର୍ଷ ଧରୋହର ଭାରତ ଶୀର୍ଷକରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଭାରତର ଏକାଧିକ ଐତିହ୍ୟସ୍ଥଳ ପରିଦର୍ଶନ କରିବା ସହ ସେଠାକାର କାହାଣୀ ଓ ଭିତ୍ତିଭୂମି ବିକାଶର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇଥିଲି । 

ମୋ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଲୋକ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କଲଚରରାଲ ବ୍ରାଣ୍ଡ ଆମ୍ବାସଡରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।’

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

Share this story