ବନ୍ଦ ହୋଇଯିବ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ: ଶସ୍ତାରେ ମିଳିବନି ଡ୍ରେସ, ଚଟପଟା ଖାଇବାର ମଜା

market building will be closed soon

ଓଡ଼ିଆ ଗସିପ୍ ବ୍ୟୁରୋ: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍‌ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି।

ଅଧିକ ପଢ଼ନ୍ତୁ: ଯାତ୍ରୀବାହୀ ବସ୍ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ, କଣ୍ଡକ୍ଟର ଗୁରୁତର

ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।

ଅଭିଯୋଗ ମୁତାବକ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍‌ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍‌ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବଢିବ ବର୍ଷାର ପରିମାଣ: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍‌ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍‌ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍‌ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍‌ ଦାବି କରିଛି। ପ୍ଲଟ୍‌ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଏହି ଜବରଦଖଲ ରହିଛି।

ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଜିଏ ବିଭାଗର ଏହି ୪ ପ୍ଲଟ୍‌ର ପ୍ରାୟ ୧.୨ ଏକର ଜାଗା ଜବରଦଖଲରେ ରହିଛି। ଫଳରେ ଭୟଙ୍କର ପରିସ୍ଥିତି ଉପୁଜୁଛି ଓ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। କେବଳ ବେପାର ମାଡ଼ ଖାଉ ନାହିଁ ବରଂ ଏହି ଉଠାଦୋକାନୀମାନେ ମାର୍କେଟ ବିଲ୍ଡିଂରେ ଏଣେତେଣେ ଆବର୍ଜନା ଫିଙ୍ଗୁଛନ୍ତି। ଏଥିପାଇଁ ବିଏମ୍‌ସି ସ୍ଥାୟୀ ବ୍ୟବସାୟୀଙ୍କୁ ଧମକ ଦେଉଛି। ଏହା କି ପ୍ରକାରର ନ୍ୟାୟ ବୋଲି ଆସୋସିଏସନର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ଭଳି ସମସ୍ୟା ଯୋଗୁ ଜୁଲାଇ ପହିଲାରୁ ଏଠାରୁ ଅଳିଆ ଉଠୁନଥିଲା। ବିବାଦ ସମାଧାନ ନ ହେବା ଯାଏ ମାର୍କେଟରୁ ବର୍ଜ୍ୟ ଉଠାଇବା ବ୍ୟବସାୟୀ ବନ୍ଦ କରିଦେଇଥିଲେ। ଗତ ୫ ତାରିଖ ଦିନ ସଂଘକୁ ଡାକି ବିଏମ୍‌ସି ଧମକ ଦେଇଥିଲା। ୨ ଦିନ ମଧ୍ୟରେ ଏହି ଉଠାଦୋକାନୀଙ୍କୁ ହଟାଇବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ ଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।

 

Share this story