ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

Liv in Relationship re thile Polosara ra bahubali bidhayak srikant sahu

ଓଡ଼ିଆ ଗସିପ୍ ବ୍ୟୁରୋ: ଯୌବନର ଉନ୍ମାଦନାରେ ଯେବେ ମନ ହୁଏ ଛନଛନ ଆଉ ଦିଲ୍ ହୁଏ କନକନ ସେବେ ଏ ଦିଲ୍ ମାଙ୍ଗେ ମୋର । ସେଥିପାଇଁ ତ ଘରେ ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ଉପରେ ନଜର ପଡ଼ିଲା । ନଜର ଏମିତି ପଡ଼ିଲା ଯେ, ହୃଦୟ ଭିତରେ ହେଲା ସମଥିଙ୍ଗ୍ ସମଥିଙ୍ଗ୍ । ଆଉ ସେହି ସମଥିଙ୍ଗରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ଭାଇରାଲ ହେଉଛି । ଭାଇରାଲ ପ୍ରେମ ପୂର୍ବରୁ କିନ୍ତୁ ବେଶ୍ ଭଲ ଥିଲା ପ୍ରେମ ସମ୍ପର୍କ । ଦୁହେଁ ନିଜ ନିଜ ପରିବାର ସହ ରହୁଥିୁଲେ ମଧ୍ୟ ସମୟ ଓ ସୁଯୋଗ ମିଳିଲେ ଏକ ଓ ଏକାଠି ହୋଇ ଯାଉଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସେମାନେ ଲିଭ୍ ଇନ୍ କୁ ବାଛିଲେ। ଆଉ ଲୟାଲ ପାର୍ଟନରଙ୍କ ଭଳି ଗୋଟିଏ ଛାତି ତଳେ ରାତି ବିତାଇଲେ । ଆଉ କଣ… ତା ପରେ ଯାହା ହେଲା ତାହା ଦୁନିଆ ଦେଖିଲା…

ଅଧିକ ପଢ଼ନ୍ତୁ: ସ୍କୁଲ ଯାଉଥିବା ଏହି ଶ୍ରେଣୀର ପିଲାଙ୍କୁ ମିଳିବ ଡ୍ରେସ ଏବଂ ଅନ୍ୟାନ୍ୟ ଜିନିଷ, ସରକାର କଲେ ଘୋଷଣା

ପୋଲସରାର ବାହୁବଳୀ ବିଧାୟକ ତଥା ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଶ୍ରାକାନ୍ତ ସାହୁଙ୍କୁ ନେଇ ନାନା ଆଲୋଚନା ସମାଲୋଚନା ମଧ୍ୟରେ ତାଙ୍କ ପ୍ରେମ କାହାଣୀକୁ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ଆଉ ଏହି ଉତ୍କଣ୍ଠାକୁ ବଢ଼ାଇବାକୁ ଯାଇ ଆମେ ଆପଣଙ୍କ ପାଇଁ ସେହି ସବୁ ଡାର୍ଟି ସିକ୍ରେଟ ନେଇ ଆସିଛୁ ଯାହା ଆଜି କାଲିର ନେତା ନେତ୍ରୀମାନେ ଉଣା ଅଧିକେ କରୁଛନ୍ତି । ପ୍ରେମ ଆରମ୍ଭ ହୁଏ ପୋଲସରାରୁ ।

ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଏରିଆକୁ ଯାଇଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ଆଉ ସେଇଠି ଉଭୟଙ୍କ ଭେଟଘାଟ ହୁଏ । କଥା ବାର୍ତ୍ତାରୁ ନମ୍ବର ଦିଆନିଆ ଆଉ ତା ପରେ ହ୍ୱାଚ୍ସଅପରେ ମନ ଦିଆନିଆ ହୋଇଥିଲା । ତା ପରେ ଆଉ କଣ ବିଧାୟକ ଯେବେ ଯେବେ ଭୁବନେଶ୍ୱର ଆସିବେ ସେବେ ସେବେ ଷ୍ଟେଟ ଗେଟ ହାଉସରେ ମୁଲାକାତ ହେଉଥିଲା । କଥା ଘରକୁ ଯିବା ପାଇଁ ବି ଲମ୍ବିଥିଲା ।

ଅଧିକ ପଢ଼ନ୍ତୁ: ନ୍ୟୁଡ୍‌ କଲ୍‌ର କରୁଣ ପରିଣତି: ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ଭୁବନେଶ୍ୱର ଯୁବକ

ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ଼ ତାହା ଆପଣ ସଂଯୁକ୍ତା ମହଲାଙ୍କ ଭାଇରାଲ ହେଉଥିବା ଅନେକ ବାଇଟରୁ ଜାଣିପାରିବେ । ଯେମିତି କି ଉଭୟେ ଗୋଟିଏ ଛାତ ତଳେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଥିଲେ। ହାଟ ସଉଦା କରୁଥିଲେ, ସପିଂ ମଲ୍ ପାର୍କ ଓ ସିନେମା ହଲ୍ ଯାଉଥିଲେ ଇତ୍ୟାଦି ଇତ୍ୟାଦି । ଦୁହିଁଙ୍କ ସମ୍ପର୍କ ଏତେ ଘନିଷ୍ଠ ହେଇଗଲା ଯେ, ସଂଯୁକ୍ତା ମହଲା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ମଧ୍ୟ ପଛାଇଲେ ନାହିଁ । ହେଲେ ଜାଣନ୍ତି ବିଧାୟକ କୁଆଡ଼େ ଏଥିପାଇଁ ସଂଯୁକ୍ତାଙ୍କୁ ଉସକାଇଥିଲେ ।

ଛାଡ଼ପତ୍ର ପରେ ଘରକୁ ନେଇ ନ ପାରିଲେ ବି ନିଜର ଏକ ଦୁନିଆ ଗଢ଼ିବେ ବୋଲି କହିଥିଲେ । ଖାସ୍ ସେଥିପାଇଁ ସବୁ ପର କରି ପ୍ରେମ ପାଇଁ ନିଜ ଜୀବନକୁ ବି ବାଜିରେ ଲଗାଇଥିଲେ । ହେଲେ କାହିଁକି ଶ୍ରୀକାନ୍ତ ସବୁ ଭୁଲିଗଲେ ପ୍ରତାରଣା ଦେଲେ ଏବଂ ମହଲା ଥାନାକୁ ଯାଇ ତାଙ୍କ ବିରୋଧରେ ଏତଲା ଦେଲେ ସେ ସବୁ ଆଜି ବି ରହସ୍ୟ ହୋଇ ରହିଯାଇଛି ....

ଅଧିକ ପଢ଼ନ୍ତୁ: Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି


 

Share this story