Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି

Ex minister sexual harrasment case follow up

ଓଡ଼ିଆ ଗସିପ ବ୍ୟୁରୋ: ବଳ ଅଛି ବୟସ ବି ଅଛି । ଯଦି ଏ ବୟସରେ କଣ ଗୋଟେ ଭୁଲ୍ ହୋଇଗଲା ତା ବୋଲି କଣ ଏମିତି ଖବର ସବୁ ଭାଇରାଲ ହେବା ନା କଣ । ଆଉ ନ ହେଲେ ହାଟରେ ପଡ଼ି ବାଟରେ ଗଡ଼ିଲାଣି । ଏବେ ଆଉ ସତ୍ୟବାନ ବୋଲି କହି ବୁଲିଲେ କଣ ସବୁ ସତ ମିଛ ହେଇ ଯିବ ନା ମିଛ ସବୁ ସତ ହୋଇଯିବ । ଯାହା କରିଛ ତାହାର ଫଳ ପାଇବ । ହଁ ଆମେ ଏମିତି ଜଣେ ନେତାଙ୍କ ବିଷୟରେ କହୁଛୁ ଯିଏ ନିଜ ଯୌବନର ଉନ୍ମାଦନାରେ ଭୁଲ୍ ତ କରି ବସିଲେ ଏବେ କିନ୍ତୁ କରିଥିବା ପାପର ଫଳ ଭୋଗିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି ।

ଠିକ୍ ଧରିଛନ୍ତି, ଆମେ କହୁଛୁ ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ବର୍ତ୍ତମାନର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଥା । ଲୋକେ କହୁଛନ୍ତି Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି ...

ଅଧିକ ପଢ଼ନ୍ତୁ: କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ଯୁବ ନେତା ଯୁବ ବିଧାୟକ ପୁଣି ମନ୍ତ୍ରୀ ବି ହେଇଗଲେ । ତେଣୁ ଗଲା ଦିନମାନଙ୍କରେ ଯାହା ସବୁ କରୁଥିଲେ ଏବେ ସେ ସବୁ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । କିଏ କହୁଛି ହଁ ମଜା ମସ୍ତି ସରିଯାଇଥିବ ତେଣୁ ଏବେ ଦୁର୍ ଦୁର୍ କରୁଥିବ ।

ଆମେ କିନ୍ତୁ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯେତକ ଅଭିଯୋଗ ଆସିଛି ତାହାର ତଦନ୍ତ କରି ଆମେ ଗୋଟିଏ କଥା ଜାଣିଲୁ ଯେ, ଖେଳଟା ହୋଇଛି । ଶହେ ଶହେରେ ହୋଇଛି । ୨୦୧୫ରୁ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ସହ ରାତି ବିତାଇଛନ୍ତି । ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ବିବାହିତ ମହିଳାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି । ଲିଭ୍ ଇନ୍ ରିଲେସନସିପ୍ ରେ ରହିଛନ୍ତି । ଆଉ ତାଙ୍କ ପାଇଁ ହିଁ ଜଣଙ୍କ ସୁନାର ସଂସାର ଚୁନା ହୋଇଯାଇଛି ବୋଲି ଲୋକେ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଖି ଖୋଲିଲା ବେଳକୁ ଯଦି ପୃଥିବୀ ଦି’ଫାଳ ହେଇଯିବ?କଣ କରିବେ

ବଡ଼ କଥା ହେଉଛି ଜାଣିବା ଶୁଣିବା ଲୋକ ହେଇ ମଧ୍ୟ ଏମିତି ଭୁଲ୍ କେମିତି ହେଲା ତାକୁ ନେଇ ଲୋକେ ବାରକଥା କହୁଛନ୍ତି । ସେପଟେ ବିଜେଡି ନେତ୍ରୀ ବାରମ୍ବାର ମିଡିଆ ସାମ୍ନାକୁ ଆସି ପୂର୍ବତନ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । କେମିତି ପ୍ରେମରେ ପଡ଼ିଲେ, ପ୍ରେମଟା କେଉଁଠୁ ହେଲା, ଘରକୁ ଯିବା ଆସିବା କେମିତି ଲାଗି ରହିଲା ସବୁ କିଛି ଖୋଲାଖୋଲି କହି ବୁଲୁଛନ୍ତି ।

ଏହା ବି କହି ବୁଲୁଛନ୍ତି ଯେ, ଶ୍ରୀକାନ୍ତ ସାହୁଙ୍କ ପାଇଁ ହିଁ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅଲଗା ରହୁଛନ୍ତି । ଏହାର କାରଣ କଣ ବୋଲି ପ୍ରଶ୍ନ କଲେ ଉତ୍ତର ଦେଉଛନ୍ତି ‘ଶ୍ରୀକାନ୍ତ ସାହୁ ମୋତେ ଏତେ ଭଲ ପାଇଲେ ଯେ, ମୁଁ ପାଗଳି ହେଇଗଲି ଆଉ ମୋ ସ୍ୱାମୀକୁ ଛାଡ଼ି ଦେଲି । ସେ ପ୍ରଲୋଭିତ କରି ଏବେ ମୋତେ ପର କରିଦେଉଛନ୍ତି’ ।

ଅଧିକ ପଢ଼ନ୍ତୁ: ମହଙ୍ଗା ଟମାଟର ସୁରକ୍ଷା ପାଇଁ ନିୟୋଜିତ ହେଲେ ବାଉନ୍ସର;  ଲଙ୍କା ଥାନାରେ ହଙ୍ଗାମା

ଆଗକୁ ଯାଇ ସେ ଆହୁରି କହିଛନ୍ତି ଯେ, ମୋତେ ସେ ନିର୍ଯ୍ୟାତନା ଦେଇଛନ୍ତି । ଶ୍ରୀକାନ୍ତ ସାହୁ ହିଁ ମୋତେ ନ୍ୟାୟ ଦେବେ । ନଚେତ ସେ ଶ୍ରୀକାନ୍ତ ସାହୁଙ୍କ ଘର ଆଗରେ ବସିବେ ବୋଲି ଧମକ ଦେଇଛନ୍ତି ।

Share this story