ଯାତ୍ରୀବାହୀ ବସ୍ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ, କଣ୍ଡକ୍ଟର ଗୁରୁତର

majour road accident near jaleswar of balasore district odisha on 14 july 2023

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୩୭ ଜଣ ଆହତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଧିକ ପଢ଼ନ୍ତୁ:  ଓଡ଼ିଶାରେ ବଢିବ ବର୍ଷାର ପରିମାଣ: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଓଡି୫ଓ୍ବାଇ୦୦୧୫ ନମ୍ବରର ପ୍ରଧାନ ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ କୋଲକାତା ଅଭିମୁଖେ ବାହାରିଥିଲା। ବସରେ ୩୩ ଯାତ୍ରୀଙ୍କ ସହ ଚାଳକ ଓ ବସ୍ କର୍ମଚାରୀଙ୍କୁ ମିଶାଇ ମୋଟ ୩୭ ଜଣ ରହିଥିଲେ। ତେବେ ରାତି ପ୍ରାୟ ୨ ଟା ୪୫ ମିନିଟ ସମୟରେ ଆମ୍ବିଳିଅଠା ବ୍ରିଜ-ଲକ୍ଷ୍ମଣନାଥ ମଝିରେ ଥିବା (ବ୍ରିଜ ଠାରୁ ୨୦୦ ମିଟର ଆଗକୁ)ଏକ ହମ୍ପସ ଥିବାରୁ ବସର ଚାଳକ ବ୍ରେକ ମାରି ଗାଡ଼ିର ବେଗ କମାଇଥିଲେ।

ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଏହି ସମୟରେ ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ଓଡି୨୧ଜେ୮୩୪୭ ନମ୍ବରର ଏକ ମାଲ ବୋଝେଇ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ୫୦ ମିଟର ଆଗକୁ ଗଡ଼ି ଯାଇଥିଲା।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ଗୋପାଳ ଦାସ ହାଜିର ହୋ

ହାପରେ ରାସ୍ତା ପାର୍ଶ୍ବରେ ଥିବା ପ୍ରୋଟେକସନ ବାଡ଼କୁ ଭାଙ୍ଗି ଏକ ଗଛରେ ବାଡ଼େଇ ଯିବା ସହ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା।କିନ୍ତୁ ସମସ୍ତ ଯାତ୍ରୀ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି। ବସ ଓଲଟିବା ସ୍ଥାନରୁ ମାତ୍ର ଗୋଟିଏ ମିଟର ଦୁରତାରେ ୧୧ କେଭି ବିଦ୍ୟୁତ୍ ତାର ଥିଲେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର ଖରାଯାଇ କୋଲକାତା ଅଭିମୁଖେ ଯାଉଥିବା ଅନ୍ୟ ଏକ ବସରେ କୋଲକାତା ପଠାଇ ଦିଆଯାଇଛି। ତେବେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ପଠାଯାଇଛି।

Share this story