ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

tamato pain chadi chaligala stree

ଓଡ଼ିଆ ଗସିପ୍ ବ୍ୟୁରୋ: ମହଙ୍ଗା ବଜାରରେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ଗୋପାଳ ଦାସ ହାଜିର ହୋ

ରିପୋର୍ଟ ଅନୁସାରେ, ‘ଟିଫିନ୍‌ ସର୍ଭିସ୍‌’ ଚଳାଉଥିବା ସଞ୍ଜୀବ ବର୍ମନ୍‌ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା।

ବର୍ମନ୍‌ କହନ୍ତି, ବିନା ପରାମର୍ଶରେ ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ, ତା’ପରେ କଜିଆ ହେଲା। ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଲି। ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ।

ଅଧିକ ପଢ଼ନ୍ତୁ: ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ସଞ୍ଜୀବ ଥାନାରେ ଅଭିଯୋଗ ଫାଇଲ୍‌ କରିଥିବା କଥା ମଧ୍ୟ ଜଣେ ପଦସ୍ଥ ପୁଲିସ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି।

ସ୍ତ୍ରୀ’ଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଖୁବ୍‌ ଶୀଘ୍ର ତାଙ୍କୁ ଫେରାଇ ଆଣିବେ ବୋଲି ପୁଲିସ ସଞ୍ଜୀବଙ୍କୁ ପ୍ରତିଶ୍ରୁତି ଦେଇଛି।

Share this story