ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମକାରୀକୁ ୭ବର୍ଷ ସଶ୍ରମ ଜେଲ୍‌, ପୀଡିତାଙ୍କୁ ୪ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
 

Man Gets 7-year Ri For Raping Teenager in Cuttack
ସ୍କୁଲରୁ ଫେରୁଥିବା ୧୫ବର୍ଷିୟା ଛାତ୍ରୀଙ୍କୁ ବିଲକୁ ନେଇ ଦୁଷ୍କର୍ମ ଘଟଣା  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜନୈକା ନାବାଳିକା ସ୍କୁଲ ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରିବା ମାମଲାରେ ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ କଟକ ଜିଲ୍ଲା ବଡମ୍ବା ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମର ଅକ୍ଷୟ କୁମାର ନାୟକ(୩୨)କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । କଟକ ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ଅଶୋକ କୁମାର ପହି ଏହି ରାୟ ଶୁଣାଇଛନ୍ତି ।

ଆଇପିସିର ଦଫା ୩୬୩,୩୬୬ ଓ ପୋକ୍ସୋ ଆଇନର ଧାରା ୪ରେ ଅଭିଯୁକ୍ତ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ୬ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । 

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ସେହିପରି ପୀଡିତାଙ୍କୁ ତ୍ୱରିତ ୪ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥରାଶି ସମ୍ପୃକ୍ତ ପୀଡିତାଙ୍କ ନାମରେ ୬ବର୍ଷ ପାଇଁ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ରଖାଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଯେ ୨୦୧୭ ଫେବୃଆରୀ ୯ରେ ବଡମ୍ବା ଥାନା ଅଞ୍ଚଳର ଏକ ବାଲିକା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୫ବର୍ଷିୟା ଛାତ୍ରୀ ଜଣକ ସ୍କୁଲରୁ ଫେରିବା ବାଟରେ ଅଭିଯୁକ୍ତ ଜଣକ ଏକ ବିଲକୁ ନାବାଳିକାକୁ ନେଇ ଯାଇ ତା ସହ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣକ ଘରକୁ ଫେରିଥିଲେ ମଧ୍ୟ ଘଟଣା ବିଷୟରେ ସମ୍ପୁର୍ଣ୍ଣ ସୂଚନା ଦେଇନଥିଲେ । 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଗତ ୨୦୧୭ ଫେବୃଆରୀ ୧୬ତାରିଖ ଦିନ ନାବାଳିକାର ପିତାମାତା ନରସିଂହପୁରକୁ କାମରେ ଯାଇଥିବା ବେଳେ ତାଙ୍କ ଝିଅ ଘରୁ ନିଖୋଜ ହୋଇଥିବା ନେଇ ଖବର ପାଇଥିଲେ । ତେବେ ଅଭିଯୁକ୍ତ ଜଣକ ବିବାହ ପ୍ରଲୋଭନ ଦେଖାଇ କଟକର ଏକ ଭଡାଘରେ ରଖିଥିଲେ ନେଇ ପର ଦିନ ସମ୍ପୃକ୍ତ ନାବାଳିକା ଜଣକ ନିଜ ଘରକୁ ଫୋନ କରି ଜଣାଇଥିଲେ । ତେବେ ତାଙ୍କ ସମ୍ପର୍କୀୟ ଜଣେ ଆସି ନାବାଳିକା ଜଣଙ୍କୁ ବାଦାମବାଡି ବସଷ୍ଟାଣ୍ଡରୁ ଉଦ୍ଧାର କରିଥିଲେ । 

ଅଧିକ ପଢନ୍ତୁ :ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

୨୦୧୭ ଫେବୃଆରୀ୨୦ରେ ପରିବାର ପକ୍ଷରୁ ବଡମ୍ବା ଥାନାରେ ଏକ ଏତଲା ଦିଆଯିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପ୍ରଜିକ୍ୟୁସନ ପକ୍ଷରୁ ୨୧ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ୧୬ଟି ତଥ୍ୟ ପ୍ରମାଣ ସମ୍ପର୍କିତ ଦସ୍ତାବିଜ ଦାଖଲ ହୋଇଥିଲା । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story