ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ
 

Dhanu Sankranti 2023 These zodiac signs will get benefits on Dhanu Sankranti
ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ଷର ଶେଷ ମାସ ଡିସେମ୍ବରରେ ଆଜି ଧନୁ ସଂକ୍ରାନ୍ତି। ଆଜି ଧନୁ ରାଶିରେ ସୂର୍ଯ୍ୟଦେବ ଚଳନ କରିଛନ୍ତି। ଯାହାକି ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଧନୁରେ ସୂର୍ଯ୍ୟଙ୍କ ଚଳନ ରାଜଯୋଗ ସୃଷ୍ଟି କରୁଛି। ଯାହା ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ରାଜଯୋଗ କାରଣରୁ ୪ଟି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଲୋକଙ୍କ ଧନବାନ୍ ହେବେ ଆସନ୍ତୁ ଜାଣିବ।...

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ଧନବାନ୍ ହେବେ ଏହି ସବୁ ରାଶି: 

ମେଷ :ଧନୁ ରାଶିରେ ସୂର୍ଯ୍ୟଦେବ ଚଳନ ଏହି ରାଶିକୁ ଧନବାନ୍ କରିବ। ରାଜଯୋଗ କାରଣରୁ ଆପଣ ବିଶେଷ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟକଳାପରେ ଆପଣଙ୍କ ଅଧିକ ସମୟ ବିତେଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଯେଉଁମାନେ ଏହି ଶିକ୍ଷା କ୍ଷେତ୍ର ସହିତ ଜଡିତ ସେମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହିତ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ବ୍ୟବସାୟୀରେ ଅଗ୍ରଗତି ହେବାର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ସିଂହ ରାଶି:  ଧନୁ ସଂକ୍ରାନ୍ତି ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ  ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଳିବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବାର ସମ୍ଭାବନା ରହିଛି। ଆପଣ ହୁଏତ ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇପାରନ୍ତି। ସନ୍ତାନ ସୁଖ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ବୈବାହିତ ଜୀବନ ସୁଖମୟ ହେବ।  ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ରଖିଛନ୍ତି। ତେବେ, ତାହାକୁ ଏବେ କାର୍ଯ୍ୟକାରୀ କରନ୍ତୁ, ଲାଭବାନ୍ ହେବେ।  ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବ । ଆଗାମୀ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି ।

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

ବିଛା ରାଶି: ସେହିପରି ଏହି ରାଶିଙ୍କ ପାଇଁ ମଧ୍ୟ ଆଜିଠାରୁ ଶୁଭ ଦିନ ଆରମ୍ଭ ହେବାକୁ ଯାଇଛି। ଆକସ୍ମିକ ଧନଲାଭର ଯୋଗ ରହିଛି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଅଗ୍ରଗତି କରିବେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଅଟକି ରହିଥିବା ଧନ ଆପଣଙ୍କୁ ମିଳିବ। କିନ୍ତୁ ମନେ ରଖନ୍ତୁ ଯେ, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ଚାପଗ୍ରସ୍ତ ଅନୁଭବ କରିବେ । ପୌତୃକ ସମ୍ପତ୍ତିରୁ ଲାଭ ପାଇବା ସହ ନୂଆ ଜମି କିଣିବାର ମଧ୍ୟ ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଧନୁ ରାଶି: ଧନୁରେ ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସମୟ ରହିଛି। ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ। ଏହା ବ୍ୟତୀତ ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଆଶାୟୀମାନେ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ପ୍ରଗତିର ରାସ୍ତା ଖୋଲିବ । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story