ଦାନା ବାନ୍ଧୁଛି ଲଘୁଚାପ; ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି! ଏହି ତାରିଖ ବେଳକୁ ନେଇପାରେ ଗଭୀର ଅବପାତର ରୂପ
 

Low pressure likely over BoB around May 22 depression by May 24 IMD
ଆସୁଛି ବଡ ଲଘୁଚାପ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ଜାଣିଥିବେ ରାଜ୍ୟରେ ଆଗକୁ ଆହୁରି ବଢିବ ତାତି। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ପାଣିପାଗ କେନ୍ଦ୍ର। ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମେ ଘନିଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେଇପାରେ। 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି ଯେ ଏହି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହାର ଗତିପଥ ଓ ତୀବ୍ରତା ଇତ୍ୟାଦି ଅସ୍ପଷ୍ଟ ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଏହି ସିଷ୍ଟମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ
 

Share this story