ସକାଳୁ ଢାଙ୍କିଛି କଳା ବାଦଲ, ଆଗାମୀ ୩ ଦିନ ଯାଏ ଏହି ସବୁ ଜିଲ୍ଲାକୁ ବର୍ଷା ଆଲର୍ଟ
 

Light rain likely in several districts of Odisha for next 3 days
ସକାଳୁ ଢାଙ୍କିଛି କଳା ବାଦଲ, ଏହି ସବୁ ଜିଲ୍ଲାକୁ ବର୍ଷା ଆଲର୍ଟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାରି ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଏହା ସହ କିଛି ଜିଲ୍ଲାରେ ଘନକୁହୁଡି ସହ କଳା ବାଦଲ ଢାଙ୍କି ରହିଥିବା ଦୃଶ୍ୟମାନ ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । 

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଆଜି ଭୋରରୁ ବଲାଙ୍ଗୀର, ନୟାଗଡ, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜାମଡାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ା ଠାରେ ୨୭.୨ ମିଲିମିଟର ବର୍ଷା ରେକଡ଼ କରିଛି ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୭ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ବାବନା ନାହିଁ ଓ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅଧିକା ପଢନ୍ତୁ :ଦୁଃଖଦ ଘଟଣା; ସ୍କୁଲ୍‌ ପକ୍ଷରୁ ପିକନିକ୍ ଯାଇଥିବା ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷକ ମୃତ୍ୟୁ

ଏହି ଗୁରୁଚାପ ବଳୟ ଯୋଗୁଁ ପଶ୍ଚିମବଙ୍ଗରେ ବହୁ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏବଂ ପଶ୍ଚିମବଙ୍ଗରେ ଅନେକ ଜିଲ୍ଲା ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ନିୟାମକ ଅନୁଯାୟୀ, ପୂର୍ବ ମେଦିନୀପୁର, ଝାଡ଼ଗ୍ରାମ, ପଶ୍ଚିମ ମେଦିନୀପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।

ଅଧିକା ପଢନ୍ତୁ : ଆୟ କମ୍ ଓ ବ୍ୟୟ ଅଧିକ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ 
 

Share this story