କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା, ୩ଘଣ୍ଟା ପାଇଁ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ଆର୍ଲଟ ଜାରି
 

light rain lashes in 14 districts of odisha during next 3hrs
ଆସୁଛି ବଡ ବର୍ଷା! ବଢିବ ଶୀତ
 

ଓଡ଼ିଆ ଗସିପ୍ ବ୍ୟୁରୋ:ସାରା ରାଜ୍ୟରେ ରାଜ୍ କରୁଛି କୋହଲା ପାଗ। ଉପାନ୍ତରୁ ଉପକୂଳ ସବୁଠୁ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

ଗତକାଲି ଠାରୁ ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସସମ୍ବଲପୁର, ବରଗଡ ପାର୍ଶ୍ଵବର୍ତ୍ତୀ ସୋନପୁର, ବୋଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା। ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ରେ ଆଜି କୋହଲା ପାଗ ସହ କିଛି ଅଞ୍ଚଳରେ ହାଲକା ବର୍ଷା ଜାରି ରହିଛି।

ଅଧିକ ପଢନ୍ତୁ :ଏହି ରାଶି ପାଇଁ ଦିନଟି କଷ୍ଟ ଦାୟକ ରହିବ ଓ କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ, ପଢନ୍ତୁ ରାଶିଫଳ 

ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ପଶ୍ଚିମବଙ୍ଗ ରୁ ଆସୁଥିବା ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ଏବଂ ପଶ୍ଚିମା ବାୟୁର ମିଳନ ଏବଂ ତେଲେଙ୍ଗାନା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲରେ ଲାଗିରହିବ କୋହଲା ପାଗ, ୨୬ରୁ ବଦଳିବ ପାଗ। 

୨୪ ଘଣ୍ଟାପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ରାତ୍ରିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ । ଫଳରେ ଜାଡ ବଢିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ବି, ଦିନ ଏବଂ ରାତ୍ରି ତାପମାତ୍ରା ମଧ୍ୟରେ ତାରତମ୍ୟ କମ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା। ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା 18.2°C, ସମ୍ବଲପୁର ରେ 18.7°C ଏବଂ ରାଉରକେଲା ରେ 19.6°C ରେକର୍ଡ କରାଯାଇଛି।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ବର୍ଷାକୁ ନଜରରେ ରଖି ୧୪ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡିକ ହେଉଛି କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢାଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଗଞ୍ଜାମ, ନୟାଗଡ଼, କଳାହାଣ୍ଡି, ଓ ବଲାଙ୍ଗୀର । ଏସବୁ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ସେହିଭଳି ୨ଘଣ୍ଟା ପାଇଁ କଟକ ଓ ଭୁବନେଶ୍ୱରରେ ସ୍ଥାନେସ୍ଥାନେ ବର୍ଷା ହେବ ବୋଲି ମଧ୍ୟ ଆକଳନ କରାଯାଉଛି । ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ହେବା ନେଇ ଆର୍ଲଟ ଜାରି କରାଯାଇଛି । ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଏବଂ ପଶ୍ଚିମା ବାୟୁର ମିଳନ ଏବଂ ତେଲେଙ୍ଗାନା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଜାରି ରହିଛି ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story