ଘାଟିରେ ପୁଣି ଦୁର୍ଘଟଣା, ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ ୫ ମୃତ, ୩ ଗୁରୁତର
 

Jatra troupe truck overturns at Dwarasuni ghati Mayurbhanj 5 dead 3 seriously injured
ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ ୫ ମୃତ, ୩ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ:କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଚାଲିଛି ଘାଟି ମେଳା। ଏନେଇ ଜାତୀୟ ରାଜପଥ ଭିଡ଼ ରହିଥିବା ବେଳେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। 

ଅଧିକ ପଢନ୍ତୁ :ଏହି ରାଶି ପାଇଁ ଦିନଟି କଷ୍ଟ ଦାୟକ ରହିବ ଓ କଠିନ ପରିଶ୍ରମ ସତ୍ତ୍ବେ ଆଶାଜନକ ଫଳ ମିଳିବ ନାହିଁ, ପଢନ୍ତୁ ରାଶିଫଳ 

ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story