ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କୁ ସତର୍କ କଲା କୃଷି ବିଭାଗ, ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା 
 

Heavy Rainfall to lash Odisha for 4 days from december 3
ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କୁ ସତର୍କ କଲା କୃଷି ବିଭାଗ, 
 

ଓଡ଼ିଆ ଗସିପ୍ ବ୍ୟୁରୋ:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଅବପାତ ଏବେ ପୁଡୁଚେରୀଠାରୁ ୫୦୦ କିମି, ଚେନ୍ନାଇଠାରୁ ୫୧୦ କିମି ଦୂରରେ ଅଛି । ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡାରୁ ଅଧିକ ନିକଟତର ହେବ । ୫ ତାରିଖ ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଏବଂ ମଛଲିପଟନମ ଅତିକ୍ରମ କରିବ ବୋଲି ଆକଳନ କରିଛି ଆଇଏମଡି ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ତେବେ ସାମ୍ଭବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ରାଜା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି ରାଜ୍ୟ ସରକାର। ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଆଲର୍ଟ କରାଯାଇଛି।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଅନ୍ୟପଟେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ରେ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ମଧ୍ୟ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଧାନ ସହ ମାଣ୍ଡିଆ ଓ କପା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିବାବେଳେ ଜଳସେଚନ, ସାର ଓ କୀଟନାଶକ ସିଞ୍ଚନ ବନ୍ଦ ପାଇଁ ପରାମର୍ଶ ଦେଇଛି । ପନିପରିବା ଓ ରବି ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛି କୃଷି ବିଭାଗ ।

ଭୁବନେଶ୍ୱର ଆଞ୍ଚିଳିକ ପାଣିପାଗ ବିଭାଗ ଟୁଇଟ କରି କହିଛି, ‘ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ୧୩ କିମି ବେଗରେ ପଶ୍ଚିମ-ଉିତ୍ତର-ପଶ୍ଚିମ ଦିଗରେ ଗତି କରି ଗତକାଲିର ଅବପାତ ଆହୁରି ଘନୀଭୂତ ହୋଇଛି । ଏହା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଗଭୀର ଅବପାତ ରୂପ ନେଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ।’

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 

ଏହାର ପ୍ରଭାବରେ ଡିସେମ୍ବର ୩ରୁ ୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୬ ତାରିଖରେ ପୁରୀ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳବର୍ଷା ସମ୍ଭାବନା ଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରୂ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । 

ସେହିପରି ୭ ତାରିଖରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସୀଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ
 

Share this story