୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ
 

horoscope 2024 mars transit in makar these zodiac sign get more profit
ରାଶି ପରିବର୍ତ୍ତନ କରିବେ ମଙ୍ଗଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସମସ୍ତ ଗ୍ରହ ସେମାନଙ୍କର ନକ୍ଷତ୍ର କିମ୍ବା ରାଶି ପରିବର୍ତ୍ତନ କରନ୍ତି । ଜ୍ୟୋତିଷ ଗଣନାରେ ଗ୍ରହମାନଙ୍କର ଏହି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷ ଆରମ୍ଭରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ଟି ରାଶିରେ ପ୍ରତିଫଳିତ ହେବ । କିନ୍ତୁ ସେଥିମଧ୍ୟରୁ ୩ଟି ରାଶି ଉପରେ ବିଶେଷ ପ୍ରଭାବ ପଡିବାକୁ ଯାଉଛି । ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେତୁ କେଉଁ ରାଶିଙ୍କ ଭାଗ୍ୟ ଫିଟିବ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ବର୍ଷ ୨୦୨୪ ଆରମ୍ଭରେ ଅନେକ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଏହି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଏହାର ପ୍ରଭାବ ଦେଶ ଏବଂ ବିଦେଶ ସହିତ ୧୨ଟି ରାଶିରରେ ଦେଖିବାକୁ ମିଳେ | ତେବେ ବିଶେଷ କରି ମେଷ, ବିଛା ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ ପ୍ରଭାବ ପଡିବ ।

ମେଷ: ମଙ୍ଗଳ ଗ୍ରହଙ୍କ ରାଶିର ପରିବର୍ତ୍ତନ ହେତୁ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। ମଙ୍ଗଳ ଦଶମ ଗୃହରେ ଗମନାଗମନ କରିବେ । ଯେଉଁଥି ପାଇଁ ବ୍ୟବସାୟରେ ଅଭିବୃଦ୍ଧି ଘଟିବା ସହିତ ଚାକିରିରେ ପଦୋନ୍ନତି ହେବ । ସମାଜରେ ସମ୍ମାନ ବୃଦ୍ଧି ପାଇବ ଏବଂ ଆୟର ନୂତନ ରାସ୍ତା ଖୋଲାଯିବ ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ବିଛା: ମକର ରାଶିରେ ମଙ୍ଗଳ ଗ୍ରହର ଗମନାଗମନ ସହିତ ବିଛା ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହେବ । ସାହସ ଏବଂ ପରାକ୍ରମ ଭାବ ବୃଦ୍ଧି ପାଇବ । ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ । ବ୍ୟବସାୟରେ ଲାଭବାନ୍‌ ହେବା ସହିତ ବିଦେଶ ଯାତ୍ରାର ସୁଯୋଗ ବି ରହିଛି । ଏଥି ସହିତ ଦୀର୍ଘଦିନ ଧରି ବାକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଧନୁ ରାଶି: ମଙ୍ଗଳ ଗ୍ରହର ରାଶିର ପରିବର୍ତ୍ତନ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ରାଶିର ବ୍ୟକ୍ତିଙ୍କୁ ଅପ୍ରତ୍ୟାଶିତ ଧନ ଲାଭବ ହେବ । ଚାକିରି ବଦଳାଇବାରେ ତୁମର ସିନିୟରଙ୍କଠାରୁ ସହାୟତା ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ଏବଂ ପରିବାରରେ ଶାନ୍ତି ଓ ସୁଖ ରହିବ ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story