ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଗସିପ୍ ବ୍ୟୁରୋ: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଖୁସି ଖବର । ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର
ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା ।
ଅଧିକ ପଢ଼ନ୍ତୁ: ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା
ବର୍ତ୍ତମାନ କିନ୍ତୁ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର