ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

eat kolath dali there are many benefits
  • କୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ

  • କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ

ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ରାଜ୍ୟର ଗାଁ ଗହଳି ରେ କୋଳଥ ଡାଲି ଖୁବ ବ୍ୟବହାର କରାଯାଇ ଥାଏ । କୋଳଥ ଡାଲି ଶରୀରକୁ ପର୍ଯ୍ୟାପ୍ତ ପୋଷଣ ଯୋଗାଇବା ସହିତ ବିଭିନ୍ନ ରୋଗରୁ ମଧ୍ୟ ଦୂର କରିଥାଏ ।

ଅଧିକ ପଢ଼ନ୍ତୁ: ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ସଂଘ

ଥଣ୍ଡା ଓ ଜ୍ୱର ପାଇଁ 'କୋଳଥ ଡାଲି':

ଶୀତଋତୁରେ ପ୍ରାୟତଃ ସର୍ଦି କାଶ ଲାଗି ରହିଥାଏ । ଯଦି ଏପରି ହେଉଛି ତେବେ ଶୀତଋତୁ ରେ କୋଳଥ ଡାଲି ର ପ୍ରୟୋଗ ପାରମ୍ପରିକ ଭାବରେ କରାଯାଇ ଥାଏ । ଗବେଷକ ମାନଙ୍କ ମତରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀର କୁ ଭିତରୁ ଗରମ ପ୍ରଦାନ କରିଥାଏ । ଗଳାର ସଂକ୍ରମଣ କୁ ଦୂର କରି କାଶ ଠିକ କରିଥାଏ ।

ମଧୁମେହ ଠାରୁ ଦୁରେଇ ରଖେ:

ମଧୁମେହ ଗୋଟିଏ ଏପରି ରୋଗ, ଯାହା ଜୀବନ ଜାପାନ ପ୍ରଣାଳୀ ସହିତ ସମ୍ପୂର୍ଣ ଖାଦ୍ୟ ପ୍ରଣାଳୀ କୁ ବଦଳାଇ ଦେଇଥାଏ l ପ୍ରତିଦିନ ସକାଳୁ ଯଦି କୋଳଥ ଡାଲି କୁ ସିଝାଇ ତାର ପାଣିକୁ ଖାଲି ପେଟରେ ସେବନ କରିବେ ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିବ l ଏହାକୁ ସେବନ କରିବା ପୂର୍ବରୁ ପେଟ ସମ୍ପୂର୍ଣ ସଫା ଥିବା ଆବଶ୍ୟକ l

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର

ଟାପଣ ନିୟନ୍ତ୍ରିତ କରିଥାଏ:

ଆଜିକାଲି ପ୍ରାୟ ସମସ୍ତେ ମୋଟାପଣ ଯୋଗୁଁ ଚିନ୍ତିତ ରହୁଛନ୍ତି । ଯଦି ଆପଣ ନିଜର ମୋଟାପା ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କୋଳଥ ଡାଲି ଆପଣଙ୍କୁ ସାହାଯ୍ୟ କରିବ । ପ୍ରତିଦିନ ଯଦି ଆପଣ କୋଳଥ ଡାଲି ନିଜ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ଓଜନ ନିୟନ୍ତ୍ରିତ ହେବ ।

ହାର୍ଟକୁ ସୁରକ୍ଷିତ ରଖେ:

କୋଳଥ ଡାଲି ନିୟମିତ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କୋଳଥ ଡାଲି ବ୍ଲଡ଼ କୁ ପତଳା କରି ଠିକ ଭାବରେ ଶରୀରରେ ରକ୍ତ ସଂଚାଳନ କରିଥାଏ ଓ ହୃତ୍ପିଣ୍ଡ ସୁରକ୍ଷିତ ରହିଥାଏ ।

କିଡ୍ନୀ ଷ୍ଟୋନ ପାଇଁ:

କୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଗବେଷଣାରୁ ଜଣା ପଡିଛି କିଡ୍ନୀର ଷ୍ଟୋନ ପାଇଁ କୋଳଥ ଡାଲି ଖୁବ ହିତକର । କୋଳଥ ଡାଲିରେ ଆଣ୍ଟି ଅକ୍ସିଡାଂଟ ଥାଏ ଯାହା ଶରୀରର ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ।

କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିଥାଏ:

କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମାଇ ଭଲ କୋଲେଷ୍ଟ୍ରଲର ବୃଦ୍ଧି କରିଥାଏ । କାରଣ କୋଳଥ ଡାଲିରେ ପ୍ରଚୁର ପରିମାଣରେ ଫାଇବର ଭରି ହୋଇ ରହିଛି ।

ଅଧିକ ପଢ଼ନ୍ତୁ: ଗାଈ ଗୁହାଳରେ ନଥିଲା ଷଣ୍ଢ; ମଣିଷ ପଶି କି ଇଏ କଣ କଲା ! ଦେଖିନେଲା ମାଲିକ, ତା ପରେ...

ତ୍ୱଚା ପାଇଁ 'କୋଳଥ ଡାଲି':

କୋଳଥ ଡାଲିରେ ଫ୍ଲେବୋନାଏଡ଼ ରହିଛି ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ କିରଣରୁ ରକ୍ଷା କରିଥାଏ । ତେଣୁ 'କୋଳଥ ଡାଲି' ନିୟମିତ ଖାଇବା ଖୁବ ହିତକର ।

Share this story