ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର

twitter war between two leading party members

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ନିର୍ବାଚନ ବୈତରଣୀ ପାର୍ ହେବାକୁ ଜି ଜାନ୍ ଲଗାଇବେ ପ୍ରାର୍ଥୀ । ଆଉ ଏହାର ବହୁ ପୂର୍ବରୁ ସୋସିଆଲ ମିଡିଆରେ ଟକରା ଟକରି ଏତେ ଜୋରରେ ହେଉଛି ଯେ, ଟପ୍ ଟେଲିଭିଜନରେ ଲିଡ୍ ହେଡଲାଇନ୍ ଏବଂ ପେପରର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥାଏ । ହଁ ଆମେ କହୁଛୁ ବିଜେପିର ଟପ୍ ଲେଡି ଲିଡର ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡିର ସିଲିବ୍ରିଚି ଲିଡର ଶ୍ରୀମୟୀ ମିଶ୍ରଙ୍କ କଥା । ଆସନ୍ତୁ ଏହି ଦୁଇ ନେତ୍ରୀଙ୍କ ଟ୍ୱିଟର ଟକରା ଟକରିକୁ ଡିକୋଡ କରିବା...

ଅଧିକ ପଢ଼ନ୍ତୁ: ଗାଈ ଗୁହାଳରେ ନଥିଲା ଷଣ୍ଢ; ମଣିଷ ପଶି କି ଇଏ କଣ କଲା ! ଦେଖିନେଲା ମାଲିକ, ତା ପରେ...

ସବୁବେଳେ ପ୍ରେମସିଟ୍ କରି ସରକାରକୁ ସଂକଟରେ ପକାଉଥିବା ଅପରାଜିତା ପୁଣି ଥରେ ସରକାରକୁ ଟାର୍ଗେଟ କରିଛନ୍ତି । ଟ୍ୱିଟ କରି ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଏହାର ଜବାବରେ ଏକଧିକ ଟ୍ୱିଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ବିରୋଧୀଙ୍କ ବୟାନବାଜି ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ପାଲଲହଡାରେ ବିରୋଧରେ ସମ୍ମୁଖୀନ ବି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ସସ୍ମିତାଙ୍କ ସଂସାର ଭାଙ୍ଗିଦେଲା କ୍ୟାନ୍ସର, ପାଞ୍ଚ ମାସରେ ପରେ ଆଖି ବୁଜିଲେ ପରିବାରର ୩ ସଦସ୍ୟ, ଆଉ ତା'ପରେ...

ଏଠି ପ୍ରଶ୍ନ ଉଠୁଛି ଅପରାଜିତାଙ୍କୁ କେବଳ ଶ୍ରୀମୟୀ ହିଁ କାହିଁକି  ଟାର୍ଗେଟ କରୁଛନ୍ତି । ହୁଏତ ବରାବରି ପାଇଁ ବିଜେଡି ଏମିତି କରୁଥିବ ନଚେତ ଅନ୍ୟ କିଛି ଚିନ୍ତା କରୁଥିବ । ଅନ୍ୟ କିଛି ଅର୍ଥାତ ଅପରାଜିତାଙ୍କ ସହ ଶ୍ରୀମୟୀଙ୍କୁ ଲଢ଼େଇବାକୁ ଚାହୁଁଛି ବିଜେଡି । ଆଉ ସେଥିପାଇଁ ଅପରାଜିତାଙ୍କ ପ୍ରତିଟି କାଉଣ୍ଟରକୁ ଡିଫେଣ୍ଡ କରି ପାଲଟା କାଉଣ୍ଟର କରୁଛନ୍ତି ଶ୍ରୀମୟୀ । ଏବେ ନଜର ପକାନ୍ତୁ ସେମିତି କିଛି ଟ୍ୱିଟ୍ ୱାର ଉପରେ ।

ଅଧିକ ପଢ଼ନ୍ତୁ: ୩୯ ପ୍ରତିଶତ ମହିଳା ବିଶ୍ୱାସ କରନ୍ତି ଯେ ପୁରୁଷ ସେମାନଙ୍କ ଏକ୍ସକୁ 'କ୍ରେଜି' କହିବା ଏକ ଚେତାବନୀ

ଟ୍ୱିଟ କରି ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ-ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି ଅପରାଜିତା । ଭୁବନେଶ୍ୱର ସାଂସଦ କହିଛନ୍ତି ବିଜୁ ଜନତା ଦଳ ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ । ଅପରାଜିତା ପ୍ରଶ୍ନ କରିଛନ୍ତି, ଏସଏଚଜି ମାଷ୍ଟର ବୁକ କିପର କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି ?

ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ପାଇଁ ଶପଥ ନେଉଛନ୍ତି? ବୋଲି ଅପରାଜିତା ପଚାରିଛନ୍ତି । ଏହାର ଜବାବରେ ଏକଧିକ ଟ୍ୱିଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ।

ବିଜେଡି ପର୍ଯ୍ୟବେକ୍ଷକ କହିଛନ୍ତି ଯେତେବେଳେ ଆପଣଙ୍କ ଦଳର ଉପସଭାପତି ଅନୁସୂଚିତ ଜାତିର ଲୋକଙ୍କ ଜମି ଅଧିଗ୍ରହଣ କଲେ ଆପଣ ସେତେବେଳେ ମୁହଁ ଖୋଲିଲେ ନାହିଁ । ଆପଣଙ୍କ ଦଳର ନେତା ମହିଳାଙ୍କୁ ମାଡ଼ ମାରିବାବେଳେ ଆପଣ ଲଜ୍ଜିତ ଅନୁଭବ କଲେ ନାହିଁ । ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆର ମୁହଁରେ ଶାସନକୁ ପହଁଚାଉଛନ୍ତି, ସେତେବେଳେ ଆପଣ ଅସନ୍ତୁଷ୍ଟ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଦୂର କରିବାକୁ ଚାହୁଁଛନ୍ତି କି ପିତୃ ଦୋଷ? ଆସନ୍ତାକାଲି ସୋମବତୀ ଅମାବାସ୍ୟାରେ କରନ୍ତୁ ଏହି କାମ...

ବିରୋଧୀଙ୍କ ବୟାନବାଜି ଓ ସମାଲୋଚନା ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଅପରାହ୍ନରେ ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡିଆରେ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ଏସଏଚଜି ମହିଳା ଓ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଥିଲେ ।

ଦୁଇ ଦିନିଆ ଜିଲ୍ଲା ଗସ୍ତରେ ବିଭିନ୍ନ ମଠ ମନ୍ଦିରର ଉନ୍ନତି, ଫାଇଭ-ଟି ସ୍କୁଲ ପରିଦର୍ଶନ ସହ ସ୍କୁଲ ଓ କଲେଜ ପିଲାଙ୍କ ସହ ପାଠ୍ୟକ୍ରମକୁ ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ମଧ୍ୟ ଆଲୋଚନା କରିବେ ଫାଇଭ-ଟି ସଚିବ । ସେପଟେ ଅନୁଗୁଳ ପାଳଲହଡାରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ ବିଜେପି ଓ ଯୁବ କଂଗ୍ରେସ ସହ ରେଙ୍ଗାଲି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ ।

Share this story