ସସ୍ମିତାଙ୍କ ସଂସାର ଭାଙ୍ଗିଦେଲା କ୍ୟାନ୍ସର, ପାଞ୍ଚ ମାସରେ ପରେ ଆଖି ବୁଜିଲେ ପରିବାରର ୩ ସଦସ୍ୟ, ଆଉ ତା'ପରେ...

sasmita cries for state government assistance

ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ୍ୟୁ ଯେ ଏତେ ଯନ୍ତ୍ରଣାଦାୟକ ଯିଏ ଏହି ଭଳି ଦୁଃଖଦ ସମୟରେ ନିଜର ଆତ୍ମୀୟ ସୃଜନଙ୍କୁ ହରାଇଛି ସିଏ ହିଁ ଜାଣିଛି । ତେବେ ଏହି ଭଳି ଦୁଃଖଦ ସମୟ ଦେଇ ଗତି କରୁଛନ୍ତି ଏକ ପରିବାର । ଆଉ ତାଙ୍କର ଏହି ଦୁଃଖ ଜାଣିଲେ ଆପଣ କହିବେ ଦଇବ ଏତେ ନିଷ୍ଠୁର କିଭଳି ହୋଇପାରିଲା ।

ପ୍ରଥମେ ଶଶୁର ପରେ ସ୍ବାମୀ ଏବେ ଶାଶୁଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ବୋହୂ ସସ୍ମିତା। ୫ମାସ ମଧ୍ୟରେ ତିନି ତିନି ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦା ଗ୍ରାମରେ ।

ବାଉରୀପଦା ଗ୍ରାମର ସ୍ବର୍ଗତ ହରିହର ବନ୍ଧ । ପ୍ରଥମେ ଆଣ୍ଠୁ ଫାଇଲେରିଆରେ ଆକ୍ରାନ୍ତ ହୋଇ କର୍କଟ ରୋଗରେ ପରିଣତ ହୋଇଥିଲା । ବହୁ ଚିକିତ୍ସା କରିବା ପରେ ମଧ୍ୟ ତାହା ଭଲ ହୋଇ ନ ଥିଲା । ଚଳିତ ବର୍ଷ ଜାନୁଆରୀ ମାସ ୨୯ ତାରିଖରେ ହରିହରଙ୍କ ମୃତ୍ୟୁ ଘଟିଥିଲା । ଶଶୁର ହରିହରଙ୍କ ମୃତ୍ୟୁ ପରେ ସ୍ୱାମୀ ରବିନ୍ଦ୍ର ବନ୍ଧଙ୍କର କାନ ଓ ଗଳା ଯନ୍ତ୍ରଣା ହେବାରୁ ଚିକିତ୍ସା ମଧ୍ୟ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ବିଶ୍ୱ ଧନୀ ତାଲିକାରେ ଆଦାନୀକୁ ପଛରେ ପକାଇ ଦେବେ ଏହି ଓଡିଆ ପୁଅ, ଜାଣନ୍ତୁ ତାଙ୍କର ସମ୍ପତ୍ତି ମୂଲ୍ୟ ବିଷୟରେ...

ହେଲେ ମେ' ମାସ ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୂରା ପରିବାର ଭାଙ୍ଗି ପଡିଥିବା ବେଳେ ପରିବାରର ରୋଜଗାରିଆ ସ୍ୱାମୀକୁ ହରାଇ ଆର୍ଥିକ ଅନଟନରେ ଜଳୁଥିବା ସ୍ତ୍ରୀ ସସ୍ମିତାଙ୍କ ଜୀବନରେ ପୁଣି ଆସିଲା ଆଉ ଏକ ଦୁଃଖର କଳା ବାଦଲ ।

ଏହାପରେ ଶାଶୁ ସରସ୍ଵତୀ ବନ୍ଧ ଛାତିରେ ଯନ୍ତ୍ରଣା ଅନୁଭବ କରିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ନିଆ ଯାଇଥିଲା । ହେଲେ ସେଠାରେ ସରସ୍ୱତୀଙ୍କ ଛାତିରେ ପାଣି ଜମିଛି ବୋଲି ଜାଣିବାକୁ ପାଇଲେ । ଚିକିତ୍ସା ପାଇଁ ଧାରକରଜ କରି ଶାଶୁ ସରସ୍ଵତୀକୁ ଚିକିତ୍ସା କରାଇଥିଲେ ।ମାତ୍ର ଚଳିତ ମାସ ଦୁଇ ତାରିଖରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ପାଞ୍ଚ ମାସ ମଧ୍ୟରେ ପରିବାରର ତିନି ତିନି ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସସ୍ମିତା ସ୍ତବ୍ଧ ପାଲଟି ଯାଇଛନ୍ତି । ସମସ୍ତଙ୍କୁ ଭଲ କରିବା ପାଇଁ ଘରେ ରଖିଥିବା ଟଙ୍କା ଓ ସୁନାଗହଣା ବିକ୍ରି କରି ଦେଇଥିଲେ ।

ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଆର୍ଥିକ ସଙ୍କଟ ଭିତରେ କିଛି ଟଙ୍କା ମାଗି କରି ଶାଶୁଙ୍କର ଦଶାହ କର୍ମ କରିଥିବା ବେଳେ ଏବେ ସନ୍ତାନଙ୍କ ମୁଁହରେ ଦୁଇ ଓଳି ଦୁଇ ମୁଠା ଦାନା ଦେବାକୁ ଘରେ କାଣୀ କଉଡ଼ିଟିଏ ନାହିଁ । ଏବେ ସସ୍ମିତାଙ୍କର ଦୁଇଟି ସନ୍ତାନଙ୍କୁ କିଭଳି ପାଠ ପଢାଇ ଭଲ ମଣିଷ କରିବେ ତାକୁ ନେଇ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଦୁଃଖଦ ପରିବାରଙ୍କୁ ସରକାରୀ ସହାୟତା ମିଳିଲେ ହୁଏତ ତାଙ୍କର କିଛିଟା ପରିସ୍ଥିତି ସୁଧୁରି ପାରିବ ।

Share this story