ବିଶ୍ୱ ଧନୀ ତାଲିକାରେ ଆଦାନୀକୁ ପଛରେ ପକାଇ ଦେବେ ଏହି ଓଡିଆ ପୁଅ, ଜାଣନ୍ତୁ ତାଙ୍କର ସମ୍ପତ୍ତି ମୂଲ୍ୟ ବିଷୟରେ...

know this guy who will surpass adani as world youngest richest billionaire

ଓଡ଼ିଆ ଗସିପ୍ ବ୍ୟୁରୋ: ହଁ, ଶୀର୍ଷକରୁ ଆପଣ ଯାହା ଭାବୁଛନ୍ତି ତାହା ଠିକ୍ । ବିଶ୍ୱର ଧନୀ ତାଲିକାରେ ନିଜ ସ୍ଥାନକୁ ପକ୍କା କରିଥିବା ଏବଂ ସର୍ବକନିଷ୍ଠ ବିଲେନିୟର ରିତେଶ ଅଗ୍ରୱାଲଙ୍କୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କ ସହ ତୁଳନା କରାଯାଉଛି । ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହୁଅନ୍ତୁନି ଭାରତର ପରବର୍ତ୍ତୀ ଗୌତମ ଆଦାନୀ ଭାବେ ଖୁବ୍ ଶୀଘ୍ର ପରିଚିତ ହେବେ ସେଲ୍ଫ ମେଡ୍ ବିଲେନିୟର ଆମ ଓଡ଼ିଶା ମାଟିର ପୁଅ ଓଡ଼ିଆ ଟୋକା ରିତେଶ ଅଗ୍ରୱାଲ ।

ଅଧିକ ପଢ଼ନ୍ତୁ: ଜୀବନ ବଞ୍ଚେଇପାରିଲେନି ମହାଦେବ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡିଆଙ୍କ ମୃତ୍ୟୁ, ୫ ଗୁରୁତର

ରିତେଶ ଅଗ୍ରୱାଲଙ୍କ ସମ୍ପର୍କରେ ଆପଣ କିଛି ଜାଣିଥିବେ ଆଉ କିଛି ହୁଏତ ଜାଣିନଥିବେ । ଆଜି ଆମେ ଆପଣଙ୍କୁ ରିତେଶଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ପ୍ରଦାନ କରିବୁ ଯାହା ଆପଣଙ୍କୁ ଚକିତ କରିଦେବ । ଜଣେ କଲେଜ ଡ୍ରପ ଆଉଟ୍ ଷ୍ଟୁଡେଣ୍ଟ କେମିତି ସମୟ ଚକ୍ରରେ ପଡ଼ି ସିମ୍ ବିକ୍ରି କରି ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତି ଏବଂ ସଫଳ ହୁଅନ୍ତି ଯଦି ଜାଣିବେ ଆପଣଙ୍କ ମୁହଁରେ ହସଟିଏ ଆସିବ ନିଶ୍ଚୟ । ଯିଏ ଦିନେ ଦିଲ୍ଲୀର ରାସ୍ତା କଡ଼େ ସିମ୍ ବିକ୍ରି କରି କେଇଟା ଟଙ୍କା ରୋଜଗାର କରୁଥିଲେ ଏବେ ସିଏ 16 ହଜାର 462 କୋଟି ଟଙ୍କାର ମାଲିକ ଭାବିଲା ବେଳକୁ ନିଜକୁ ଓଡ଼ିଆ ବୋଲି ବି ଗର୍ବ ହେଉଛି ।

ଅଧିକ ପଢ଼ନ୍ତୁ: ଆଜି ୭ ଜିଲ୍ଲାରେ ଅତିପ୍ରବଳ, ୧୩ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ୧୮ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଓୟୋ ଏହି ନାଁ ପରେ ହଠାତ୍ ଯେଉଁ ନାଁଟିଏ ଯୋଡ଼ି ହୋଇଯାଏ ସେ  ହେଉଛନ୍ତି ରିତେଶ ଅଗ୍ରୱାଲ । ବିଶ୍ୱର ସବୁଠୁ ବଡ଼ ଅନଲାଇନ୍ ହୋଟେଲ ଚେନ୍ କୁ ଗରିବରୁ ଧନୀଙ୍କ ପାଖରେ ପହଞ୍ଚାଇ ପାରିଥିବା ଜଣେ ଓଡ଼ିଆ ଯୁବକ । ଓୟୋକୁ ନେଇ ବିବାଦ ଯେତିକି ରିତେଶଙ୍କ ସଂଘର୍ଷ ଓ ସଫଳତାକୁ ପ୍ରଶଂସା ବି ସେତିକି ମିଳୁଛି । ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀଜରେ ବିଳ୍ପବ ଆଣି ଏହାର କାରବାର ହିଁ ବଦଳାଇ ଦେଇଛନ୍ତି ରିତେଶ ।

ରିତେଶ ଅଗ୍ରୱାଲ ଓୟୋ ହୋଟେଲ ଚେନ୍ ର ପ୍ରତିଷ୍ଠାତା । ବିଶ୍ୱର ସର୍ବକନିଷ୍ଠ ଧନୀ ତାଲିକାରେ କେଲି ଜେନରଙ୍କ ପରେ ରହିଛନ୍ତି ଦ୍ୱିତୀୟରେ । 2020ର ବିଶ୍ୱର ସର୍ବ କନିଷ୍ଠ କୋଟିପତି ତାଲିକାରେ ରିତେଶ ରହିବା ଓଡିଶା ପାଇଁ ମଧ୍ୟ କମ୍ ଖୁସିର କଥା ନୁହେଁ। ଅନ୍ୟମାନଙ୍କୁ ରିତେଶଙ୍କ ସଫଳତା ପ୍ରେରଣା ସାଜିବ ନିଶ୍ଚୟ ।

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଭାରତରେ ଅଣ୍ଡର 40 ବା 40 ବର୍ଷରୁ କମ୍ ଧନୀ ତାଲିକାରେ ରିତେଶ ରହିଛନ୍ତି ଆଗରେ । ଅନଲାଇନ୍ ଟ୍ରେଣ୍ଡିଂ କମ୍ପାନୀ  ଜିରୋଧାର ପ୍ରତିଷ୍ଠାତା ନିତିନ ଏବଂ ନିଖିଲ କାମତ  ମଧ୍ୟ ଏହି ସର୍ବକନିଷ୍ଠ ତାଲିକାରେ ସ୍ଥାନ ପାଇବା ଯୁବପିଢ଼ୀଙ୍କ ପାଇଁ ପ୍ରେରଣା । ଆମେ ଯେତେବେଳେ ରିତେଶଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି ତେବେ ତାଙ୍କ ବିଷୟରେ ଏକ ରୋଚକ ବିଷୟ ଜାଣନ୍ତୁ ।

ମାତ୍ର ୧୩ ବର୍ଷ ବୟସରେ ରିତେଶ ସିମ୍ କାର୍ଡ ବିକ୍ରି କରିବା ଆରମ୍ଭ କରିଥିଲେ । ରାଜସ୍ଥାନର କୋଟାରୁ ଗ୍ରାଜୁଏସନ ହାସଲ ପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଆସିଥିଲେ ରିତେଶ । ଓଡ଼ିଶାର ରାୟଗଡ଼ା ଭଳି ଏକ ଛୋଟିଆ ସହର ଜନ୍ମ ନେଇଥିବା ରିତେଶ ଆଜି ଏମିତି ସ୍ଥାନରେ ପହଞ୍ଚିଛନ୍ତି ଯେ, ସାରା ଦେଶ ଆଜି ତାଙ୍କୁ ନେଇ ଗର୍ବ କରୁଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା: ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ‘ଏସଆରସି’ଙ୍କ ନିର୍ଦ୍ଦେଶ

ରିତେଶ ଓୟୋ ଆଇଡିଆ ପ୍ରଥମେ ନିଜ ବାପାଙ୍କୁ ବୁଝାଇଥିଲେ । ରିତେଶଙ୍କ ବାପା ରମେଶ ଅଗ୍ରୱାଲ ପୁଅକୁ ଇଞ୍ଜିନିୟର ଭାବେ ଦେଖିବାକୁ ଚାହୁଁଥିଲେ କିନ୍ତୁ ରିତେଶଙ୍କ ସ୍ୱପ୍ନ ଥିଲା ଭିନ୍ନ । ଯାହାକୁ ଆଜି ସେ ପୂର୍ଣ୍ଣ କରିଛନ୍ତି ।

Share this story