ଜୀବନ ବଞ୍ଚେଇପାରିଲେନି ମହାଦେବ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ କାଉଡିଆଙ୍କ ମୃତ୍ୟୁ, ୫ ଗୁରୁତର

five bolbom devotees dies of electrocution

ଓଡ଼ିଆ ଗସିପ ବ୍ୟୁରୋ : ଉତ୍ତର ପ୍ରଦେଶର ମିରଟ ଜିଲ୍ଲାର ରାଲି ଚୌହାନ ଗାଁରେ ଶନିବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ।

ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ : ଆଜି ୭ ଜିଲ୍ଲାରେ ଅତିପ୍ରବଳ, ୧୩ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ୧୮ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଅଧିକ ପଢ଼ନ୍ତୁ : ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଖବର ଅନୁଯାୟୀ, ଉକ୍ତ କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ । ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା ।

ଏହି ବିଦ୍ୟୁତ୍ ଝଟକାରେ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୫ ଜଣ ଗୁରୁତର ହୋଇଥିଲେ । ଗୁୁରୁତରଙ୍କୁ ଉଦ୍ଧାର କରାଯାଇ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Share this story