ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ସଂଘ

Market Building Bhubaneswar will be shut for indefinite time

ଓଡ଼ିଆ ଗସିପ୍ ବ୍ୟୁରୋ: ସପିଂ ପ୍ରିୟ ୟଙ୍ଗ ମାସ୍ ପାଇଁ ଏକ ଅଶୁଭ ଖବର । ଏଣିକି ୱିକ୍ ଏଣ୍ଡରେ ସେମାନେ ନେଇ ପାରିବେନି ସପିଂର ମଜା । ବିଶେଷ କରି ମାର୍କେଟ୍ ବିଲ୍ଡିଂ ରେ ସପିଂ କରୁଥିବା ଗ୍ରାହକ ଓ ପର୍ଯ୍ୟଟକଙ୍କ ପାଇଁ ଏହି ଖବର ନିଶ୍ଚିତ ଭାବେ ନିରାଶା ଆଣିବ । କାହିଁକିନା ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ ।

ଅଧିକ ପଢ଼ନ୍ତୁ:  ଭୁବନେଶ୍ୱର ପାଇଁ ଭିଡ଼ାଭିଡ଼ି ହେଉଛନ୍ତି କି ଅପରାଜିତା- ଶ୍ରୀମୟୀ? ଟ୍ୱିଟରରେ ଚାଲିଛି ୱାର

ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ବସିବେ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ ଥିବାରୁ ସଂଘର ୧୬୫ ବ୍ୟବସାୟୀ ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ।

ଅଧିକ ପଢ଼ନ୍ତୁ: ଗାଈ ଗୁହାଳରେ ନଥିଲା ଷଣ୍ଢ; ମଣିଷ ପଶି କି ଇଏ କଣ କଲା ! ଦେଖିନେଲା ମାଲିକ, ତା ପରେ...

ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

Share this story