ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର

fake doctor arrested by police in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ରୋଗୀଙ୍କ ଭଗବାନ ସାଜି ଥିବା ଜଣେ ଡାକ୍ତର ଏବେ ସେମାନଙ୍କ ଜୀବନ ସହିତ ଖେଳିବାରେ ପଛ ଘୁଞ୍ଚା ଦେଇନାହିଁ । ଡିଗ୍ରୀ ହାସଲ ନ କରି ରୋଗୀ ସେବା କରୁଥିବା ଜଣେ ଡାକ୍ତରଙ୍କୁ ପୋଲିସ ଉଠାଇ ନେଇଛି । ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି ।

ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍‌‌ ପଣ୍ଡା । ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ : ସୂର୍ଯ୍ୟ ଗୋଚର ୨୦୨୩ (Surya Gochar 2023): ଆଜି ରାଶିରେ ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

ଅଭିଯୁକ୍ତ ଶୁଭ୍ରଜିତ ଯୁକ୍ତ ୨ ପାଠ ପଢ଼଼ିଛନ୍ତି । ଗତ ୬ ବର୍ଷ ହେଲା ନିଜକୁ ଡାକ୍ତର ପରିଚୟ ଦେଇ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ । ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍‌‌ରେ ଭର୍ତ୍ତି କରିଥିଲେ । ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ ।

ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌‌ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ : ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ନକଲି ଡାକ୍ତରଙ୍କ ନିକଟରୁ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ସେ ରହୁଥିବା ଘର ସମେତ କ୍ଲିନିକରେ ପୁଲିସ ଚଢ଼ଉ କରିବା ସହ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡ ଗ୍ରାମର ଘରେ ମଧ୍ୟ ଚଢ଼ଉ କରିଛି ।

ନିଜକୁ ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍‌ ଦେଖିବା ପାଇଁ 300 ଟଙ୍କା ଫିସ୍‌ ବି ନେଉଥିଲେ ।

Share this story