ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ପୋଷାକ ତିଆରି କାରଖାନା, ୧୦ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
 

Garment factory will be established in Khordha
ଖୋର୍ଦ୍ଧାରେ ସ୍ଥାପନ ହେବ ପୋଷାକ ଉତ୍ପାଦନ କାରଖାନା
 

ଡ଼ିଆ ଗସିପ୍ ବ୍ୟୁରୋ:ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶିଳ୍ପ ଅନୁକୂଳ ନୀତି ସହ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଏବଂ ଆକର୍ଷଣୀୟ ରିଆତି ଏ କ୍ଷେତ୍ରରେ ବେଶ୍‌‌ ସହାୟକ ହୋଇପାରୁଛି। ରାଜ୍ୟକୁ ଦେଶ, ବିଦେଶର ବହୁ ପ୍ରତିଷ୍ଠିତ କମ୍ପାନୀଙ୍କ ଆଗମନ ହେଉଥିବା ବେଳେ ଦେଶର ନାମୀଦାମୀ ପୋଷାକ ରପ୍ତାନୀକାରୀ ସମୂହ ନିଜର କାରଖାନା ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଏନେଇ ରପ୍ତାନୀକାରୀ ସମୂହର ପ୍ରତିନିଧିମାନେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏଥିରେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି କମ୍ପାନୀ ଖୋର୍ଦ୍ଧା ନିକଟବର୍ତ୍ତୀ ଅଞ୍ଚଳରେ ୧୦୦ ଏକର ପରିମିତ ଅଞ୍ଚଳରେ ନିଜର ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ରାଜ୍ୟକୁ ବୟନ ଏବଂ ପୋଷାକ କ୍ଷେତ୍ରରେ ବ୍ୟାପକ ଭାବେ ପୁଞ୍ଜି ଆସିବ ଏବଂ ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ନୋଏଡ଼ାର ୭ଟି ରପ୍ତାନୀକାରୀ ସମୂହର ପ୍ରତିନିଧି ସାକ୍ଷାତ କରିଥିବା ବେଳେ ସେମାନଙ୍କର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଗୁଡ଼ିଏ ଫ୍ୟାକ୍ଟ୍ରି ରହିଛି। ଶିଳ୍ପ ବିଭାଗ ସହ ହୋଇଥିବା ଆଲୋଚନା ଅନୁଯାୟୀ, ପ୍ରତ୍ୟେକ କମ୍ପାନୀଙ୍କୁ ରାଜ୍ୟ ସରକାର ପ୍ରାୟ ୧୦ ଏକର ଲେଖାଏଁ ଜମି ଯୋଗାଇ ଦେବାକୁ ଥିବା ବେଳେ ସେଠାରେ ସେମାନେ ନିଜର କାରଖାନା ସ୍ଥାପନ କରିବେ। ଇଡ୍‌‌କୋ ଏଥିପାଇଁ ଉକ୍ତ କମ୍ପାନୀମାନଙ୍କୁ ୪ ଥାକିଆ ରାସ୍ତା, ପାଣି, ବିଜୁଳି ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବ।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ସେହିପରି ଏହି କମ୍ପାନୀଗୁଢ଼ିକ ସହ ସିଧାସଳଖ ସମ୍ପର୍କ ପାଇଁ ଇପିକଲ୍‌‌ ଜଣେ ସ୍ୱତନ୍ତ୍ର ନୋଡାଲ ଅଧିକାରୀ ନିଯୁକ୍ତ କରିବ ବୋଲି ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ୭କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ମିନୁ କ୍ରିଏସନ, ପୂଜା ଇଣ୍ଟରନ୍ୟାସନାଲ୍‌‌ ବିଏଲ୍‌‌ ଇଣ୍ଟରନ୍ୟାସନାଲ. ସୋନୁ ଏକ୍ସିମ, ଲକ୍ଷିତା, ଫାଇନ୍‌‌ ଲାଇନ୍ସ, ରେନ୍‌‌ବୋ ଫାବାର୍ଟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..
 

Share this story