ଓଡ଼ିଶାକୁ ଫେରିଲା କୋରୋନା; ଗତ ୨୪ ଘଣ୍ଟାରେ ୪୨୩ ଜଣ କରୋନା ପଜିଟିଭ
 

First coronavirus positive case detected in Odisha
ଓଡ଼ିଶାକୁ ଫେରିଲା କୋରୋନା

ଓଡ଼ିଆ ଗସିପ୍ ବ୍ୟୁରୋ:ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍ । ଡିସେମ୍ବର ୩ ପରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି ଏବଂ ସେ ଡାକ୍ତରଖାନା ଯାଇନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ବିଶ୍ୱର ଅନେକ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ.୧ ସଂକ୍ରମଣ ଚିନ୍ତା ବଢ଼ାଇଛି । ଭାରତରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବ୍ୟାପିବାରେ ଲାଗିଛି । 

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ଓଡ଼ିଶାରୁ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୦ରେ ପହଞ୍ଚିଛି । ସେହିଭଳି ପୁରା ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ ଏହା ସହ ମୋଟ ଆକ୍ରାନ୍ତ ସଂଖ୍ୟା ୩ ହଜାର ୪୨୦ରେ ପହଞ୍ଚିଛି । ଏବେ ବି କେରଳକୁ ନେଇ ସବୁଠି ଅଧିକ ଚିନ୍ତା ରହିଛି । ଦିନକରେ କେରଳରୁ ୨୬୬ ନୂଆ କେସ୍‌ ବାହାରିଛି । ସେହିଭଲି ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ଓ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି ।କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଏ ଦୃଷ୍ଟିରୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଜେଏନ.1 ସଂକ୍ରମିତଙ୍କ ସଂଖ୍ଯା ୨୬ ହୋଇଛି । କେବଳ ଗୋଆରେ ୧୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୪ ଜଣ, କେରଳରେ ଜଣେ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
 

Share this story