ଭୁଲିଗଲେ ବାପା ପଣିଆ, ପୁଅକୁ ବେଦୀରୁ ଉଠାଇନେଇ ବିଚ୍‌ ରାସ୍ତାରେ କଲାର ଧରି ଥାନାରେ ପୁରାଇଲେ ବାପା

Father Drags Son to Police Station Over Second Marriage
ବାପା ହେବ ତ ଏମିତି! 
 

ଓଡ଼ିଆ ଗସିପ୍ ବ୍ୟୁରୋ:ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଛୁଆ ଥାଇ ମଧ୍ୟ ଆଉ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିବାକୁ ଯାଉଥିଲେ ବ୍ୟକ୍ତି। ଆଉ ଏହି କଥା ଜାଣିବା ପରେ ଆରମ୍ଭ ହୋଇଥିଲା ମହାଭାରତ। ବିଚ୍‌ ରାସ୍ତାରେ ପୁଅର କଲାର ଧରି ଘୋଷାଡ଼ି ଘୋଷାଡ଼ି ଆଣିଥିଲା ବାପା। 

ପୁଅର ଦ୍ୱିତୀୟ ବିବାହକୁ ବିରୋଧ କରି କୋର୍ଟରୁ ସିଧା ପୁଅର କଲର ଧରି ଭିଢି ଭିଢି ଆଣି ପୁଲିସ ଥାନାରେ ପହଞ୍ଚିଥିଲା ପୁଅର ବାପା। ଘରେ ସ୍ତ୍ରୀ ଥାଇ ମଧ୍ୟ ଘର ବାହାରେ ପୁଅର ଚାଲିଥିଲା ଅନୈତିକ ସମ୍ପର୍କ , ଚାନ୍ଦିମାଳ ଅଂଚଳର ଜଣେ ଜୈନିକ ମହିଳାଙ୍କ ସହ ଅଜୟଙ୍କର ରହିଥିଲା ପ୍ରେମ ସମ୍ପର୍କ। ଆଉ କୋର୍ଟରେ ଲୁଚି ଲୁଚି ଉକ୍ତ ମହିଳାଜଣଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଧରାପଡ଼ିଯାଇଥିଲେ ଅଜୟ। 

ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳରେ। ବୋହୂର ସଂସାର ଉଜୁଡ଼ିଯିବାରୁ ଆଗରୁ ବଂଚାଇ ଦେଇଛନ୍ତି ଶ୍ୱଶୁର। ଏଡତାଳ ଗାଁର ବିଷ୍ଣୁମୋହନ ଯେନାଙ୍କ ପୁଅ ଅଜୟ ଯେନା। ୧୦ ବର୍ଷ ତଳେ ତୁଳସୀ ଯେନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି। ଏସବୁ ସତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ। 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ବିଷ୍ଣୁମୋହନ, ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବାବେଳେ ପୁଅର ଏଭଳି କାରନାମା ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ପୁଅର ଦୋଷକୁ ନ ଘୋଡ଼ାଇ, ବୋହୂ ସପକ୍ଷରେ ବାହାରିଥିଲେ ଆଉ ନ୍ୟାୟ ପ୍ରଦାନ କଲେ ଶ୍ୱଶୁର। ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଧିକ ପଢନ୍ତୁ : ବୃଷ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ସୃଷ୍ଟି ହେବ ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!
 

Share this story