୨୦ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ବିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ରସାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରିଥିଲେ ରସାନନ୍ଦ।
ଆଧିକ ପଢନ୍ତୁ : ଏମାନଙ୍କ ପାଇଁ ଆଜିର ଦିନଟି ଶୁଭଫଳ ପ୍ରଦାନ କରିବା ସହ ରହିଛି ଧନପ୍ରାପ୍ତି ଯୋଗ! ପଢନ୍ତୁ ଆଜିର ରାଶିଫଳ
ସୂଚନା ଅନୁୟାୟୀ, ଗତ ଜାନୁଆରୀ ମାସରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ନିଜ ଆକାଉଣ୍ଟକୁ ନେଇ ତାହାକୁ ସେୟାର ମାର୍କେଟରେ ଲଗାଇଥିଲେ ରସାନନ୍ଦ କର। ସରକାରୀ ଅର୍ଥର ଅପବ୍ୟବହାର ଓ ହଡ଼ପ ଅଭିଯୋଗରେ ରସାନନନ୍ଦଙ୍କ ଉପରେ ଗତ ମାସେ ଧରି ନଜର ରଖିଥିଲା ଭିଜିଲାନ୍ସ। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।
ଆଧିକ ପଢନ୍ତୁ : ବୁଧ ଚଳନ, ଆରମ୍ଭ ହେବ ଭଲ ସମୟ, ଏହି ୩ଟି ରାଶିର ଫିଟିବ ଭାଗ୍ୟ!
ରସାନନ୍ଦ ଏତେଟଙ୍କା କିପରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଏବଂ ତାଙ୍କୁ ଏଥିରେ ଆଉ କେହି ସହଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ଼ କରାଯାଉଛି। ପୂର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।
ଆଧିକ ପଢନ୍ତୁ: ଡାଇବେଟିସ୍ ହେବା ପୂର୍ବରୁ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ! ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ