ବୁଧ ଚଳନ, ଆରମ୍ଭ ହେବ ଭଲ ସମୟ, ଏହି ୩ଟି ରାଶିର ଫିଟିବ ଭାଗ୍ୟ!

Mercury transit these 3 zodiac signs will get benefit
ବିଛା ରାଶିକୁ ବୁଧ ଚଳନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ଜୁନ୍ ମାସ ୧୨ରେ ବୁଧ ବିଛା ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ ଦ୍ବାରା ୩ଟି ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ବୁଧଙ୍କୁ ଧନ, ବ୍ୟବସାୟ ଓ ବୁଦ୍ଧିର କାରକ ବୋଲି କୁହାଯାଏ ତେଣୁ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ....

କକର୍ଟ ରାଶି: ବୁଧଙ୍କ ଏହି ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟରେ କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବ। ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ

ବିଛା ରାଶି: ବିଛା ରାଶିକୁ ବୁଧ ଚଳନ କରୁଥିବାରୁ ଏହି ସମୟରେ ଉକ୍ତର ରାଶିର ବିଶେଷଙ୍କୁ ଶୁଭଫଳ ମିଳିବ । ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି: ବୁଧଙ୍କ ଏହି ଚଳନ ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ମଧ୍ଯ ଶୁଭଫଳ ପ୍ରଦାନ କରିବ । ଫଳରେ ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ୍ ସମସ୍ୟା ଦୂର ହେବ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...
 

Share this story