ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ
 

One Dead Due To Lightning Strike In Bhograi
ବଜ୍ରପାତରେ ଜୀଅନ୍ତା ଜଳିଗଲେ ବିଟେକ ଛାତ୍ର
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ। ବଜ୍ରପାତରେ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ପୁତ୍ର ତଥା ବିଟେକ ଛାତ୍ର ରଞ୍ଜନ କୁମାର ପରାମାଣିକ (୨୩)। 

ବାପା ହରେନ୍ଦ୍ର ପରାମାଣିକ ଓ ମାଆ ତଥା ଟୁକୁରିହାଜିରା ପଞ୍ଚାୟତର ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପରାମାଣିକଙ୍କ ଏକମାତ୍ର ପୁତ୍ର ରଞ୍ଜନଙ୍କ ଏଭଳି ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ଆଧିକ ପଢନ୍ତୁ : ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ, ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍!

ଆଜି ସକାଳରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ସମଗ୍ର ଅଞ୍ଚଳ ଅନ୍ଧାରରେ ଛାଇଯାଇଥିଲା। ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମର ହରେନ୍ଦ୍ର ପରାମାଣିକଙ୍କ ନିକଟସ୍ଥ ଆଉସା ପାଣ୍ଠରେ ଥିବା ଚିଙ୍ଗୁଡ଼ି ଝିଲ ଦେଖିବା ପାଇଁ ରଞ୍ଜନ ତାଙ୍କ ବାପାଙ୍କ ସହିତ ଯାଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ବାପା ହରେନ୍ଦ୍ର ଘରକୁ ଫେରି ଆସିଥିଲା ବେଳେ ରଞ୍ଜନ ଏକାକୀ ସେହି ଚିଙ୍ଗୁଡ଼ି ଝିଲ ପାଖରେ ରହିଯାଇଥିଲେ।

ଆଧିକ ପଢନ୍ତୁ : ମୀନ ରାଶିରେ ଚଳନ କଲେ ସୂର୍ଯ୍ୟ, ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ!

ବର୍ଷା ଆରମ୍ଭ ହେବାରୁ ସେ ଚିଙ୍ଗୁଡ଼ି ଝିଲ ହୁଡ଼ାରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା। ସେ ଆଶ୍ରୟ ନେଇଥିବା କୁଡିଆ ଘର ଉପରେ ବଜ୍ରପାତ ହୋଇଥିଲା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ଯିବା ସହିତ ଭିତରେ ଥିବା ରଞ୍ଜନ ଶରୀର ମଧ୍ୟ ଜଳିଯାଇଛି। ସ୍ଥାନୀୟ ଲୋକେ ଦୂରରୁ ଏହି କୁଡିଆ ଘର ଜଳୁଥିବା ଦେଖି ସେଠାରେ ପହଞ୍ଚିଥିଲା ବେଳେ ଭିତରେ ରଞ୍ଜନର ଶରୀର ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। 

ସ୍ଥାନୀୟ ଲୋକେ ପାଣି ଢ଼ାଳି ନିଆଁ ଲିଭାଇଥିଲେ। ସେତେବେଳକୁ ରଞ୍ଜନଙ୍କ ଶରୀର ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ରଞ୍ଜନଙ୍କ ଜଳିଯାଇଥିବା ଶରୀରର ଅବଶିଷ୍ଟାଂଶକୁ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...
 

Share this story