ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ, ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍!
 

Shani Shukra Mangal Yuti 2024 these 3 zodiac sign will get benifits
ତ୍ରିଗ୍ରାହୀ ଯୋଗ! ୩ ରାଶିଙ୍କୁ ମିଳିବ ଶୁଭଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ:ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମାର୍ଚ୍ଚ ମାସରେ ଏକାଧିକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୭ରେ ଶୁକ୍ର ମଧ୍ୟ ସେହି ରାଶିକୁ ପ୍ରବେଶ କରିଛନ୍ତି । 

ଏବଂ ମାର୍ଚ୍ଚ ୧୫ରେ କୁମ୍ଭକୁ ମଙ୍ଗଳ ମଧ୍ୟ ବିରାଜିବେ। ତେବେ, ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି। ତେବେ, ଏହି ତିଗ୍ରାହୀ ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶି ପାଇଁ ବେଶ୍ ଶୁଭ ରହିବ। 

ଆଧିକ ପଢନ୍ତୁ : ଶୁକ୍ର ଚଳନ, ଏହି ୫ ରାଶିଙ୍କ ଫିଟିବ ଭାଗ୍ୟ, ଆର୍ଥିକ ଲାଭ ସହ ମିଳିବ ଶୁଭଫଳ!

ଧନବାନ୍ ହେବେ ଏହି ସବୁ ରାଶି:

ମେଷ ରାଶି: ତ୍ରିଗ୍ରାହୀ ଯୋଗ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ରାଶିର ଭଗବାନ ହେଉଛନ୍ତି ଶୁକ୍ର, ଯିଏ ଗୋଚର ଭାବେ କୁଣ୍ଡଳୀରେ ତୃତୀୟ ଘରେ ଚଳନ କରୁଛନ୍ତି। ତେଣୁ ଏମିତିରେ ଶକ୍ତି ଏବଂ ସାହସରେ ବୃଦ୍ଧି ହୋଇପାରେ। ବିଦେଶରୁ ମଧ୍ୟ ଲାଭର ସମ୍ଭାବନା ଅଛି। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।

ଆଧିକ ପଢନ୍ତୁ :ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଜିଲ୍ଲା ପରିଷଦ ସଭାପତି ପାଇବେ ୩୦ ହଜାର ତ ଜାଣନ୍ତୁ ସରପଞ୍ଚ କେତେ ଟଙ୍କା ପାଇବେ 

ବୃଷ ରାଶି: ଶନି- ଶୁକ୍ର -ମଙ୍ଗଳଙ୍କ ଆର୍ଶିବାଦରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ। ନୂଆ ନିଯୁକ୍ତି ଅଫର ବି ଆସିପାରେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

ମକର ରାଶି: ମଙ୍ଗଳ, ଶୁକ୍ର ଏବଂ ଶନିଙ୍କ ଏହି  ମହା ମିଳନ ମକର ରାଶି ପାଇଁ ଅନେକ ସୁଖ ଆଣିବ। ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ଦୀର୍ଘ ଦିନ ଧରି ଲାଗିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । କ୍ୟାରିୟରରେ ନୂତନ ସୁଯୋଗ ଏବଂ ପଦୋନ୍ନତିର ସମ୍ଭାବନା ଅଛି ।

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଏମାନଙ୍କ ଆର୍ଥିକ କ୍ଷେତ୍ରରେ ଅବନତି ଦେଖା ଦେବ! ପଢନ୍ତୁ ସାପ୍ତାହିକ ରାଶିଫଳ 

Share this story