ଶୁକ୍ର ଚଳନ, ଏହି ୫ ରାଶିଙ୍କ ଫିଟିବ ଭାଗ୍ୟ, ଆର୍ଥିକ ଲାଭ ସହ ମିଳିବ ଶୁଭଫଳ!
 

Shukra transit on november 30 will give tremendous benefits to these 5 zodiac sign
ଶୁକ୍ର ଚଳନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ ।  ଗ୍ରହମାନଙ୍କର ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । 

ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ଅଟନ୍ତି । ଶୁକ୍ରଙ୍କୁ ଧନ, ଐଶ୍ବର୍ଯ୍ୟର କାରକ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ୫ ରାଶିଙ୍କୁ ଧନବାନ କରିବେ ଶୁକ୍ର ।

ଆଧିକ ପଢନ୍ତୁ :ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ଆଜିର ରାଶିଫଳ 

ମେଷ ରାଶି- ଶୁକ୍ରଙ୍କ ଚଳନର ଶୁଭ ପ୍ରଭାବ ହେତୁ ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଏକ ବଡ଼ ଡିଲ୍ ହୋଇପାରେ । ପରିବାର ଲୋକଙ୍କ ସହଯୋଗ ମିଳିବ । ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଲାଭ ମିଳିବ।

ମିଥୁନ ରାଶି- ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ଶୁକ୍ରଙ୍କ ଏହି ଚଳନ ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଏମାନଙ୍କ ଆର୍ଥିକ କ୍ଷେତ୍ରରେ ଅବନତି ଦେଖା ଦେବ! ପଢନ୍ତୁ ସାପ୍ତାହିକ ରାଶିଫଳ 

ତୁଳା ରାଶି- ଏହି ଚଳନ ତୁଳା ରାଶି ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ଏହି ସମୟରେ ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟରେ ବିପୁଳ ଲାଭ ପାଇବେ।

କର୍କଟ ରାଶି- ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଅର୍ଥଲାଭ ହେବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

ବିଛା ରାଶି- ଏହି ସମୟରେ ବିଛା ରାଶିର ବିଶେଷଙ୍କୁ ବିଶେଷ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଆଗାମୀ ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

Share this story