ଏମାନଙ୍କ ପାଇଁ ଆଜିର ଦିନଟି ଶୁଭଫଳ ପ୍ରଦାନ କରିବା ସହ ରହିଛି ଧନପ୍ରାପ୍ତି ଯୋଗ! ପଢନ୍ତୁ ଆଜିର ରାଶିଫଳ
 

Horoscope for Thursday 21st March 2024
ପଢନ୍ତୁ ଆଜିର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ମାର୍ଚ୍ଚ ୨୧ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ମେଷ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ସମ୍ପର୍କୀୟଙ୍କ ସହଯୋଗରୁ ଚାକିରି ମିଳିବ। ବ୍ୟବସାୟ ଆଗକୁ ବଢ଼ାଇବେ। ଧନପ୍ରାପ୍ତି ଯୋଗ ଅଛି। ସମୟର ସଦୁପଯୋଗ କରିବେ।

ବୃଷ: କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିବ। ଭାଇ, ଭଉଣୀ ଆର୍ଥିକ ସହଯୋଗ ଆଶା କରିବେ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଆଶାରୁ ଅଧିକ ସଫଳତା ଲାଭ କରିବେ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବେ। ପ୍ରେମିକ-ପ୍ରେମିକାଙ୍କୁ ଦିନଟି ଶୁଭଫଳ ପ୍ରଦାନ କରିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

କର୍କଟ:ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ଜୀବନସାଥୀଙ୍କଠାରୁ ଭଲ ଖବର ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଅଯଥା କାମରେ ସମୟ ନଷ୍ଟ କରିବେ।

ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ

ସିଂହ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲା ପଢ଼ା ପାଇଁ ବ୍ୟସ୍ତ ବିବ୍ରତ ହେବେ ନାହିଁ। ସମାଜସେବାରେ ସମୟ ଦେବେ।

କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ନିଜ ପାଇଁ ସମୟ ବାହାର କରିବେ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ତୁଳା: ପଡୋଶୀଙ୍କଠାରୁ ବିବାଦରୁ ଦୂରେଇ ରୁହନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଆର୍ଥିକ ସ୍ଥିତିେର ଉନ୍ନତି ପରିଲକ୍ଷିତ ହେବ।

ଆଧିକ ପଢନ୍ତୁ : ବୁଧ ଚଳନ, ଆରମ୍ଭ ହେବ ଭଲ ସମୟ, ଏହି ୩ଟି ରାଶିର ଫିଟିବ ଭାଗ୍ୟ!

ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉପୁଜିବ।

ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବଭାବରେ ପରିବର୍ତ୍ତନ ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ।

କୁମ୍ଭ: କର୍ମଚଞ୍ଚଳ ହେବେ। ଯାନବାହନ କ୍ରୟ ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ମୀନ: ରାଜନୀତିେର ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାଦୂର ହେବ।

ଆଧିକ ପଢନ୍ତୁ: ଡାଇବେଟିସ୍ ହେବା ପୂର୍ବରୁ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ! ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story