ଘରପଛ ବାଡିରୁ କୁନି ପିଲାର କଟା ମୁଣ୍ଡ ଉଦ୍ଧାର, ବଳି ପାଇଁ ହତ୍ୟା ସନ୍ଦେହ
 

Cut head of baby rescued in jajpur
ପିଲାର କଟା ମୁଣ୍ଡ ଉଦ୍ଧାର, ବଳି ପାଇଁ ହତ୍ୟା ସନ୍ଦେହ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯାଜପୁରରେ ଚାଞ୍ଚଲ୍ୟ । ଘରପଛ ବାଡିରୁ କୁନି ପିଲାର କଟା ମୁଣ୍ଡ ଉଦ୍ଧାର । ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଅଘଟଣ । ଶିଶୁର ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ । ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । 

ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!

ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ କଟାମୁଣ୍ଡ ପଛର କ’ଣ ରହିଛି ପ୍ରକୃତ କାରଣ, ସେନେଇ ତଦନ୍ତ ଜାରି ରଖିଛି ପୁଲିସ।

ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !
 

Share this story