ମୁଖ୍ୟମନ୍ତ୍ରୀ ନବୀନଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ, ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଥିଲେ ଚର୍ଚ୍ଚାରେ 
 

CM Naveen Patnaik's sister Gita Mehta passes away
ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ଓଡ଼ିଆ ଗସିପ୍ ବ୍ୟୁରୋ: ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ। ଆଜି ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । 

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅନେକ ପୁସ୍ତକ ରଚନା କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ୨୦୧୯ରେ ପଦ୍ମ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଲେଖିକା ସହିତ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି।ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । 

୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌

ଗୀତା ମେହେଟ୍ଟା ୧୯୪୩ରେ ଜନ୍ମି ଗ୍ରହଣ କରିଥିଲେ। ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପରେ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ନିଜର ଶିକ୍ଷା ଶେଷ କରିଥିଲେ। ଏଥି ସହିତ ୪୦ ବର୍ଷ ଧରି ସାହିତ୍ୟ ଜଗତରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ ଗୀତା ମେହେଟ୍ଟା। 

ସେ ଆଲଫ୍ରେଡ୍ ଏ. ନୋଫ୍ ପବ୍ଲିସିଂ ହାଉସର ପୂର୍ବତନ ମୁଖ୍ୟ ସୋନି ମେହେଟ୍ଟାଙ୍କୁ ୧୯୬୫ ରେ ବିବାହ କରିଥିଲେ । ସେମାନଙ୍କର ଆଦିତ୍ୟ ସିଂ ମେହେଟ୍ଟା ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story