ଡିଭାଇଡର ଭାଙ୍ଗି ବସ୍‌କୁ ପିଟିଲା କାର୍, ଜଣେ ମୃତ, ୪ ଆହତ
 

Car collides with bus 1 killed in Bhubaneswar
ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ ଅନ୍ୟପାର୍ଶ୍ୱରେ ଆସୁଥିବା ଏକ ବସକୁ ପିଟିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମିଳିଥିବା ସୂଚନା ମୁତାବକ ଆଜି ଭୋରୁ ଏକ କାର ଜୟଦେବ ବିହାରରୁ ପଟିଆ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମଣା ପଟୁ ଆସୁଥିବା ଏକ ବସକୁ ପିଟି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଆହତ ହୋଇଥିଲେ। ତେବେ ଦୁର୍ଘଟଣାରେ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମଧ୍ୟ ଏକ ଦୁର୍ଘଟଣାରେ ଘଟିଥି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ କାର୍ ଠିଆ ହୋଇଥିବା ଟ୍ରକର ପଛପଟେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।

ଅଧିକ ପଢନ୍ତୁ : ମାଡୁଆସୁଛି ବାତ୍ୟା 'ମିଚାଉଁ ', ଏହି ଦିନ କରିବ ଲ୍ୟାଣ୍ଡଫଲ!
 

Share this story