ମାଡୁଆସୁଛି ବାତ୍ୟା 'ମିଚାଉଁ ', ଏହି ଦିନ କରିବ ଲ୍ୟାଣ୍ଡଫଲ!
 

Cyclone michaung coming towards coastal area may landfall on december 4
ମାଡୁଆସୁଛି ବାତ୍ୟା 'ମିଚାଉଁ '
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ-ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଗତିର ଦିଗ ବଜାୟ ରହିବ । ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ଅଞ୍ଚଳରେ ପହଁଚିବା ସମ୍ଭାବନା ରହିଛି ।ବାତ୍ୟା ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟରେ ପାଗ ବଦଳିପାରେ। ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୨ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ସାଙ୍ଗକୁ ପବନର ବେଗ ୪୦ରୁ ୫୦ କିମି ରହିବ। ପବନର ବେଗ ସର୍ବାଧିକ ୭୦ କି.ମି ଛୁଇଁପାରେ । 

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

୨ ତାରିଖରେ ଜଗତସିଂହପୁର ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷାକୁ ନେଇ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରିଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବର୍ଷାକୁ ନେଇ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରିଛନ୍ତି ଏସ୍‌ଆରସି। ଚାଷୀମାନେ ସତର୍କ ରହିବା ସହ ଅମଳକ୍ଷମ ଫସଲ ଅମଳ କରିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ସେହିପରି ଡିସେମ୍ବର ୧ରୁ ସମୁଦ୍ର ଅଶାନ୍ତ ରହିବା ସହ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି। ତେବେ ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ସେ ନେଇ ସ୍ପଷ୍ଟ କରିନି ପାଣିପାଗ ବିଭାଗ । ବାତ୍ୟାର ମୁହଁ କ୍ରମେ ବାଂଲାଦେଶ ମୁହାଁ ହେବା ସମ୍ଭାବନା ରହିଛି। ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଡିସେମ୍ବର ୨ କିମ୍ବା ୩ ବେଳକୁ ବାତ୍ୟାର ରୂପ ନେବ। ଯାହାକି ୪ ତାରିଖରେ ତାମିଲନାଡୁ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ।

ପରେ ସ୍ଥଳଭାଗ ଦେଇ ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ଫଳରେ ଡିସେମ୍ବର ୪ ରୁ ୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ। ଶୀତ ଦିନେ ବା ଡିସେମ୍ବର ମାସ ବାତ୍ୟା କମ ଘନୀଭୂତ ହୁଏ କିନ୍ତୁ ଅଧିକ ବର୍ଷା ଦେଇଥାଏ । ତେଣୁ ସଂଭାବ୍ୟ ବାତ୍ୟାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story