ନିଶ୍ଚିନ୍ତକୋଇଲି ଦୁର୍ଘଟଣା; ୩ ମୃତ, ୪୦ରୁ ଅଧିକ ଆହତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
 

Bus Collides With Truck 3 Dead Over 40 Injured in Nischintakoili of Cuttack
ନିଶ୍ଚିନ୍ତକୋଇଲି ଦୁର୍ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ଚାନ୍ଦବାଲି ରାସ୍ତା କଟରପଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ମନୋରମା ନାମକ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘନ କୁହୁଡି କାରଣରୁ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ :ସ୍ୱାସ୍ଥ୍ୟ ସମସ୍ୟା ସହ ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ  

କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏହାଛଡ଼ା ପ୍ରତି ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଆହତ ଓ ଗୁରୁତରମାନଙ୍କ ଉପଯୁକ୍ତ ଚିକିତ୍ସା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ମନୋରମା ବସ୍‌ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି କଟରପଡା ଠାରେ ମାଲବାହୀ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ଏବେ ବି ଆହୁରି ୭ଜଣଙ୍କ ଅବସ୍ଥା ସକଟାପନ୍ନ ଥିବା କୁହାଯାଉଛି। ବସରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 

Share this story