ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ: ୨୦୨୪ ନିର୍ବାଚନରେ ବିଜୁ ବାବୁଙ୍କ ରେକର୍ଡ ଭାଙ୍ଗିବ ବିଜେଡି!
 

BJD will win 128 assembly seats in upcoming elections
ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । 

ଅଧିକ ପଢନ୍ତୁ : ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ । ସର୍ଭେ ଅନୁସାରେ ବିଜେପି ବିଜେପି ୧୩, କଂଗ୍ରେସ ୪,  ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି । ୧୭ଟି ଲୋକସଭା ଆସନରେ ବିଜେଡି ସମସ୍ତ ୭ଟି ବିଧାନସଭା ଆସନ ଏବଂ ଅବଶିଷ୍ଟ ୪ଟି ଲୋକସଭା ଆସନରୁ ଦଳ ୨ରୁ ୩ଟି ଲେଖାଏଁ ବିଧାନସଭା ଆସନ ଜିତିବ ।

ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ଯଗୁଡ଼ିକରେ ଏହି ସର୍ଭେ କରାଯାଇଥିଲା । ଏବେ ୱାନ ନେସନ- ୱାନ ଇଲେକ୍ସନ ବା ଗୋଟିଏ  ଦେଶ- ଗୋଟିଏ ନିର୍ବାଚନ କଥା ଉଠୁଥିବା ବେଳେ ଓଡ଼ିଶାରେ ୨୦୦୪ ମସିହାରୁ ଏହି ଧାରାରେ ନିର୍ବାଚନ ହୋଇ ଆସୁଛି ।

ଅଧିକ ପଢନ୍ତୁ : ଏହି ବଡ କାରଣ ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡ଼ିଶାକୁ ଆସି ରାଜନୀତିକୁ ବାଛିଲେ 5T ଅଧ୍ୟକ୍ଷ

ସୂଚନାଯୋଗ୍ୟ, ୨୦୦୦ ମହିସାରୁ ବିଜେଡି ସରକାରକୁ ଆସିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି । ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ପ୍ରତିଟି ଓଡ଼ିଆଙ୍କ ପାଇଁ ହୋଇଛି କିଛି ନା କିଛି ବ୍ୟବସ୍ଥା । ସବୁ କ୍ଷେତ୍ରରେ ବିଶାର ଶିଖର ଛୁଇଁଛି ଓଡ଼ିଶା । 

ଆଉ ଏହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ନିର୍ବାଚନ ପରେ ନିର୍ବାଚନ ହେଉଛି ଆଉ ପ୍ରତି ଥର ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ସଦୃଢ଼ ହୋଇ କ୍ଷମତାକୁ ଫେରୁଛନ୍ତି । ପ୍ରତି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ବର୍ଷର ଶାସନ ନବୀନଙ୍କ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପରିପାରିଛି ।

ଅଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story