ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!
 

Jupiter Transit 2024 after 12 years will Impact these 3 zodiac signs
ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ଜାଣିଛନ୍ତି ଯେ ଜୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବ ଗୁରୁ ଭାବେ ବିବେଚନା କରାଯାଏ । ବୃହସ୍ପତିଙ୍କର ଧନ, ଭାଗ୍ୟ, ବିବାହ ଏବଂ ଧର୍ମ ପାଇଁ ସଂଯୋଗ ରହିଛି ବୋଲି କୁହାଯାଏ । ମେ ୧, ୨୦୨୪ରେ ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି । 

କାରଣ ଗୋଟିଏ ରାଶିରୁ ଫେରିବା ପାଇଁ ଦେବଗୁରୁ ୧୨ ବର୍ଷ ସମୟ ନେଇଥାନ୍ତି । ବୃଷ ରାଶିରେ ବୃହସ୍ପତିଙ୍କ ପ୍ରବେଶ ୩ ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତେବେ ସେହି ରାଶି ଗୁଡିକ କଣ ଆସନ୍ତୁ ଜାଣିବା ।

ଚଳିତ ବର୍ଷ ବୃହସ୍ପତି ବୃଷ ରାଶିରେ ଚଳନ କରିବା ପ୍ରଭାବରେ ଏହି ତିନି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଆସନ୍ତୁ ଗୋଟି ଗୋଟି କରି ଜାଣିବା କେଉଁ ରାଶି ପାଇଁ କିପରି ମିଳିବ ଫଳ ।

ଅଧିକ ପଢନ୍ତୁ : ବ୍ୟସ୍ତତା ଭିତରେ ଦିନଟି କଟିବା ସହ ଏହି ରାଶି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ! ପଢନ୍ତୁ ଆଜିର ରାଶିଫଳ 

୧. ମେଷ:- ବର୍ତ୍ତମାନ ମେଷ ରାଶିରେ ଦେବଗୁରୁ ବୃହସ୍ପତି ବିଦ୍ୟମାନ କରିଛନ୍ତି । ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ଏହି ଚଳନ ସମୟରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବାର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତୀ ସହ ଦରମା ବଢିପାରେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ମଧ୍ୟ ଗ୍ରାହକଙ୍କଠାରୁ ପ୍ରଶଂସା ପାଇବା ସହ ଭଲ ଲାଭ କରିବେ । ଆପଣଙ୍କ ନିକଟକୁ କିଛି ଶୁଭ ଖବର ଆସିପାରେ ।

୨. ବୃଷ:- ବୃହସ୍ପତି ଆପଣଙ୍କ ଜୀବନକୁ ପରିବର୍ତ୍ତନ କରାଇବେ । ହଠାତ୍ କୌଣସି ସ୍ଥାନରୁ ଧନ ପ୍ରାପ୍ତିର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ଆପଣ ଏକ ବଡ଼ ସଫଳତା ପାଇପାରନ୍ତି । ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ମନ ବଳିବ ।

୩. କର୍କଟ:- ବୃହସ୍ପତିଙ୍କ ଚଳନ କର୍କଟ ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଫିଟାଇପାରେ । ଆପଣ କମ ପରିଶ୍ରମରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବାର ସୌଭାଗ୍ୟ ଅର୍ଜନ କରିବେ । ଚାକିରିରେ ଆପଣଙ୍କ ଆଶାଠାରୁ ଅଧିକ ଦରମା ବଢିପାରେ । ପରିବାର ସଦସ୍ୟଙ୍କ ଭଲପାଇବା ଆପଣଙ୍କୁ ପ୍ରତିକ୍ଷେତ୍ରରେ ଆଗକୁ ବଢାଇନେବ ।

ଅଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story