ବ୍ୟସ୍ତତା ଭିତରେ ଦିନଟି କଟିବା ସହ ଏହି ରାଶି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for thursday 22th January 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଫେବୃଆରୀ ୨୨ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ମେଷ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଚାକିରିରେ ପରିବର୍ତ୍ତନ ହେବ। ରାଜନୀତିରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ସନ୍ତାନଙ୍କ ଭବିଷ୍ୟତ ଲାଗି ବାପାମାଆ ଅର୍ଥ ନିବେଶ କରିବେ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସୃଜାନାତ୍ମକ କ୍ଷେତ୍ରରେ ସଫଳତା ହାସଲ କରିବେ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଅଧିକ ପରିଶ୍ରମ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବାଦବିବାଦରୁ ଦୂରେଇ ରହିବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଉଧାର ଧନ ଫେରିପାଇବେ। ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯିବେ। ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।

ସିଂହ: ନିବେଶରୁ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ।

କନ୍ୟା: ନୂଆ ରଣନୀତିରେ କାରବାରକୁ ଆଗକୁ ନେବେ। ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ଭାଇ, ଭଉଣୀଙ୍କ ସହ ସୁଖଦୁଃଖ ବାଣ୍ଟିବେ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାର କରଜ କରିବାରୁ ରକ୍ଷା ପାଇବେ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ।

ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

ମକର: ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ବିଦେଶ ଯାତ୍ରା ଯୋଗ ଅଛି। ଭଉଣୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ।

କୁମ୍ଭ: ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ଶିକ୍ଷାରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ।

ଅଧିକ ପଢନ୍ତୁ :ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story