ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Weekly Horoscope from 18th February 2024 to 24th February 2024
ପଢନ୍ତୁ ଏ ସପ୍ତାହିର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବି, ସୋମ, ମଙ୍ଗଳବାରରେ ଆଧ୍ୟାତ୍ମିକ ଚିନ୍ତାରେ ସମୟ କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ। ବୁଧ, ଗୁରୁବାରରେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ସଫଳତା ପାଇବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।

ବୃଷ: ରବି, ସୋମ,ମଙ୍ଗଳବାରରେ ଜୀବନରେ ପରିବର୍ତ୍ତନ ଦେଖାଦେବ। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ବୁଧ, ଗୁରୁବାରରେ ବାଧାବିଘ୍ନ ଦୂରେଇ ଯିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମୀ ହେବେ। ପରିବାରବର୍ଗଙ୍କ ସହଯୋଗ ପାଇବେ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ମିଥୁନ: ରବି,ସୋମ,ମଙ୍ଗଳବାରରେ ପରିବାରରେ ଦ୍ବନ୍ଦ୍ବ ଦେଖାଦେଇପାରେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବୁଧ, ଗୁରୁବାରରେ ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର ,ଶନିବାରରେ ନୂତନ ନିଯୁକ୍ତିର ସୁଯୋଗ ରହିଛି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କର୍କଟ: ରବି,ସୋମ,ମଙ୍ଗଳବାରରେ ନୂତନ ଚିନ୍ତା ଏବଂ ସକାରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରିବେ। ବୁଧ, ଗୁରୁବାରରେ ପରିବାରବର୍ଗଙ୍କ ସହଯୋଗ ପାଇ ଚିନ୍ତାରୁ ମୁକ୍ତି ପାଇବେ। ଶୁକ୍ର ,ଶନିବାରରେ ବ୍ୟବସାୟରେ ବିଶେଷ ଲାଭ ରହିବ ନାହିଁ। ବ୍ୟସ୍ତତା ମଧ୍ୟରେ ସପ୍ତାହଟି କଟିବ।

ସିଂହ: ରବି,ସୋମ,ମଙ୍ଗଳବାରରେ ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ। ବ୍ୟବସାୟରେ ଉନ୍ନତି ଦେଖାଦେବ। ବୁଧ, ଗୁରୁବାରରେ ନୂତନ ନିଯୁକ୍ତିର ସୁଯୋଗ ରହିଛି। ଶୁକ୍ର ,ଶନିବାରରେ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!

କନ୍ୟା: ରବି, ସୋମ, ମଙ୍ଗଳବାରରେ କୌଣସି କଥାକୁ ନେଇ ଚିନ୍ତାରେ ପଡ଼ିଯିବେ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିପାରେ । ବୁଧ, ଗୁରୁବାରରେ ଆଶା ନିରାଶାରେ ପରିଣତ ହୋଇପାରେ। ଶୁକ୍ର ,ଶନିବାରରେ ସନ୍ତାନସନ୍ତତିଙ୍କ କ୍ୟାରିୟରରେ ଉନ୍ନତି ହେବ। ବ୍ୟବସାୟ ପ୍ରସାରିତ ହେବ।

ତୁଳା: ରବି,ସୋମ,ମଙ୍ଗଳବାରରେ ବନ୍ଧୁବାନ୍ଧବଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମହିଳାମାନେ ଆତ୍ମବିଶ୍ବାସ ହରାଇ ବସିବେ। ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନରେ ଦୁଃଖୀ ରହିବେ। ଶୁକ୍ର,ଶନିବାରରେ ଧୈର୍ଯ୍ୟର ସହ କାର୍ଯ୍ୟ କରିବେ। ମାନସିକ ଶାନ୍ତି ଫେରି ପାଇବେ।

ବିଛା: ରବି,ସୋମ,ମଙ୍ଗଳବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରୀ ହାସଲ କରିପାରନ୍ତି। ଦୂରସ୍ଥାନକୁ ଭ୍ରମଣଯୋଗ ରହିଛି। ବୁଧ, ଗୁରୁବାରରେ ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ପ୍ରସନ୍ନ ରହିବେ। ଶୁକ୍ର,ଶନିବାରରେ ନୂତନ ଆୟପଥ ଉନ୍ମୁକ୍ତ ହେବ।

ଧନୁ: ରବି,ସୋମ,ମଙ୍ଗଳବାରରେ ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବୁଧ, ଗୁରୁବାରରେ ଆୟର ନୂତନ ପଥ ଉନ୍ମୁକ୍ତ ହେବ। ଶୁକ୍ର, ଶନିବାର ମାନସମ୍ମାନର ଅଧିକାରୀ ହେବେ। ବ୍ୟବସାୟରେ ଲାଭବାନ ହେବେ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ମକର: ରବି,ସୋମ,ମଙ୍ଗଳବାରରେ ପାରିବାରିକ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବେ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ ବୁଧ,ଗୁରୁବାରରେ ନୂତନ ଶୈଳୀରେ କାର୍ଯ୍ୟ କରିବେ। ଶୁକ୍ର,ଶନିବାରରେ ମହିଳାମାନେ କୌଣସି ଦୁର୍ଘଟଣାରେ ସମ୍ମୁଖୀନ ହୋଇପାରନ୍ତି। ଲୋକ ଚିହ୍ନିବାର ମଉକା ପାଇବେ।

କୁମ୍ଭ: ରବି,ସୋମ,ମଙ୍ଗଳବାରରେ ପରିବାର ସଦସ୍ୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ନୂତନ ନିବେଶରୁ ଲାଭବାନ ହୋଇପାରନ୍ତି। ବୁଧ,ଗୁରୁବାରରେ ପରିଶ୍ରମ ମୁତାବକ ଫଳ ପାଇବେ। ଶୁକ୍ର, ଶନିବାରରେ ସମାଜରେ ପ୍ରତିଷ୍ଠିତ ହେବେ। ଭାଇଭଉଣୀଙ୍କ ସହଯୋଗ ମିଳିବ।

ମୀନ: ରବି,ସୋମ,ମଙ୍ଗଳବାରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ବୁଧ, ଗୁରୁବାରରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନିଷ୍ପତ୍ତି ନେବେ। ଶୁକ୍ର ,ଶନିବାରରେ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ।

ଅଧିକ ପଢନ୍ତୁ :ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସହ ମନ ଦୁର୍ବଳ ରହିବ ଓ ଧାର କରଜ କରି କାମ ଚଳାଇବେ! ପଢନ୍ତୁ ଆଜିର ରାଶିଫଳ
 

Share this story