୩ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJD, ସୁପ୍ରିମୋ ନବୀନ ଏହିମାନଙ୍କୁ ଦେଲେ ଟିକେଟ୍‌
 

BJD declares the 3rd phas candidates in odisha election
ବିଜେଡିର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଆଜି ଘୋଷଣା ହୋଇଥିବା ୫ ଲୋକସଭା ଆସନ ପ୍ରାର୍ଥୀରେ 

  1. ବଲାଙ୍ଗିରରୁ  ସୁରେନ୍ଦ୍ର ସିଂ ଭୋଇ
  2. ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ
  3. ବରଗଡ଼ରୁ ପରିଣୀତା ମିଶ୍ର
  4. ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର
  5. କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ସେହିପରି ଆଜି ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ପ୍ରାର୍ଥୀଙ୍କ ମଧ୍ୟରେ

  • ଆସିକାରୁ ମଞ୍ଜୁଳା ସ୍ୱାଇଁ
  • ବ୍ରହ୍ମପୁରରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
  • ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ
  • ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ
  • ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀ
  • ତଳସରାରୁ ବିନୟ ଟପ୍ପୋ
  • ସୁନ୍ଦରଗଡ଼ରୁ ଯୋଗେଶ ସିଂହ
  • ବ୍ରଜରାଜନଗରରୁ ଅଳକା ମହାନ୍ତି
  • ଝାରସୁଗୁଡ଼ାରୁ ଦୀପାଳି ଦାସ
  • ରାଜଗାଙ୍ଗପୁରରୁ ଅନୀଲ ବାର୍ଲା
  • ବଡ଼ସାହିରୁ ଅନସୂୟା ପାତ୍ର
  • ଯଶୀପୁରରୁ ଚକ୍ରଧର ହେମ୍ବ୍ରମ୍‌
  • ଉଦଳାରୁ ଶ୍ରନାଥ ସୋରେନ୍‌
  • ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ
  • ସୋରରୁ ମାଧବ ଧଡା
  • ଆଠମଲ୍ଲିକରୁ ନଳିନୀ ପ୍ରଧାନ
  • ବୀରମହାରାଜପୁରରୁ ପଦ୍ମନାଭ ବେହେରା

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 
 

  • ଖଡ଼ିଆଳରୁ  ଅଧିରାଜ ପାଣିଗ୍ରାହୀ
  • ଫୁଲବାଣୀରୁ ଜୟଶ୍ରୀ କହଁର
  • ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା
  • ତିର୍ତ୍ତୋଲରୁ ରମାକାନ୍ତ ଭୋଇ
  • ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି
  • ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ
  • ଏକାମ୍ରରୁ ଅଶୋକ ପଣ୍ଡା
  • ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ
  • ବଣାଇରୁ ଭୀମସେନ ଚୌଧୁରୀ
  • ବାରିପଦାରୁ ସାନନ୍ଦ ମାରାଣ୍ଡି

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୋଟ ୨୦ ଲୋକସଭା ଆସନ ଓ ୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ଗୋଟିଏ ଲୋକସଭା ଓ ୪୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 
 

Share this story