ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ସାବଧାନ୍ ! ଏଣିକି ପରିବହନ ବିଭାଗ ପଠାଇବ ଇ-ଚାଲାଣ
 

Beware if driving without helmet transport department will send e challan
ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ସାବଧାନ୍ !
 

ଓଡ଼ିଆ ଗସିପ୍ ବ୍ୟୁରୋ: ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିଲେ ସାବଧାନ । ଏଣିକି ଯେକୌଣସି ଲୋକ ବି ଆପଣଙ୍କ ନାଁରେ ଅଭିଯୋଗ କରିପାରିବ । ହଁ, ବିନା ହେଲମେଟ୍ ରେ ଗାଡ଼ି ଚଲେଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ । ଆପଣ ଯଦି ଗାଡ଼ି ଚଲଉଛନ୍ତି କିମ୍ବା ଆପଣଙ୍କ ନାଁରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଯେକୌଣସି ଲୋକ ବି ଆପଣଙ୍କ ନାଁରେ ଅଭିଯୋଗ କରିପାରିବ । 

ଆପଣ ବିନା ହେଲମେଟରେ ଗାଡ଼ି ଚଳାଉଥିବାର ଫଟୋ ଉଠାଇ ଅବା ଭିଡିଓ କ୍ଲିପ କରି ପରିବହନ ବିଭାଗର ମୋବାଇଲ ଆପ୍‌ରେ ଅଭିଯୋଗ କରାଯାଇପାରିବ। ଏହା ପରେ ରାଜ୍ୟ ପରିବହନ ପ୍ରାଧିକରଣ ତା’ର ସତ୍ୟାସତ୍ୟ ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନା ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ବିକଳ୍ପ ରଖାଯାଇଛି । ଏହି ଆପ୍‌କୁ ନ୍ୟାସନାଲ ଇନଫରମେଟିକ୍ସ ସେଂଟର(ଏନଆଇସି) ବିକଶିତ କରିଛି । ଏହି ଆପ୍ ମାଧ୍ୟମରେ ସତର୍କ ନାଗରି ରାସ୍ତାରେ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ ଫଟୋ ଅବା ଭିଡିଓକୁ ଅପଲୋଡ୍ କରିପାରିବେ । ଯେଉଁ ମାନେ ଏହି ଫୋଟୋ ବା ଭିଡିଓ ପଠାଇବେ ତାଙ୍କର ନା ସମ୍ପୂର୍ଣ୍ଣ ଗୁପ୍ତ ରହିବ ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ସଡ଼କ ନିରାପତ୍ତା ସମସ୍ତଙ୍କ ଦାୟିତ୍ୱ ଓ ବିନା ହେଲମେଟରେ ଗାଡ଼ି ଚଳାଚଳ କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି । ଏପରିକି ଗ୍ରାମାଞ୍ଚଳରେ ଓ ରାଜପଥଗୁଡ଼ିକରେ ଗାଡ଼ିଚାଳକମାନେ ଏବେବି ଅଧିକାଂଶ ସଂଖ୍ୟାରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ତେଣୁ ସେମାନଙ୍କ ଉପରେ ନଜର ରଖିବା ପାଇଁ ସାଧାରଣ ଲୋକ ଅର୍ଥାତ୍ ସତର୍କ ନାଗରିକଙ୍କ ସହଯୋଗ ଲୋଡ଼ାଯାଇଛି ।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌

Share this story