ବାହାନଗା ରେଳ ଦୁର୍ଘଟଣା: ୩ ମାସ ପରେ ବି ପରିଚୟ ଅପେକ୍ଷାରେ ଏମ୍‌‌ସର କଣ୍ଟେନର୍‌‌ରେ ୨୮ ମୃତଦେହ...

Balasore Train Accident Still 28 bodies are kept in AIIMS Bhubaneswar for identification
ବାହାନଗା ରେଳ ଦୁର୍ଘଟଣା: ୩ ମାସ ପରେ ବି ପରିଚୟ ଅପେକ୍ଷାରେ ୨୮ ମୃତଦେହ...

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ୩ ମାସ ବିତିଛି। ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌‌ସକୁ ଆସିଥିଲା। ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଲାଣି। 

ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ୧୩୩ ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଗତ ମାସକ ମଧ୍ୟରେ ମାତ୍ର ଗୋଟିଏ ଶବ ଚିହ୍ନଟ କରାଯାଇ ହସ୍ତାନ୍ତର କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ। ତେବେ ପରିଚୟ ମିଳି ନ ଥିବାରୁ ୨୮ ଶବ ଏମ୍‌‌ସରେ ବାତାନୁକୂଳିତ କଣ୍ଟେନରରେ ରହିଛି। କଣ୍ଟେନରରେ ଥିବା ୨୮ଟି ମୃତଦେହ ଓ ଡିଏନଏ ପରୀକ୍ଷା ପାଇଁ ଦାବିଦାରମାନଙ୍କ ଠାରୁ ନିଆଯାଇଥିବା ରକ୍ତ ନମୁନା ମେଳ ଖାଉ ନ ଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସେପଟେ କେତୋଟି ହାତଗଣତି ସମ୍ପର୍କୀୟଙ୍କୁ ଛାଡ଼ିଦେଲେ ପୂର୍ବାପେକ୍ଷା ଦାବିଦାର ଆସିବା ଢେର୍‌‌ କମିଲାଣି। ସେହି ଆଧାରରେ ଡିଏନ୍‌‌ଏ ପରୀକ୍ଷା ପ୍ରକ୍ରିୟା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ୨୮ଟି ଅଚିହ୍ନା ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ କିପରି ପହଞ୍ଚିବ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାର ୧୬୨ଟି ମୃତକଙ୍କ ଶବ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌‌ସକୁ ଅଣାଯାଇଥିଲା। ଫଟୋ ସମେତ ବିଭିନ୍ନ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ପର୍ଯ୍ୟାୟ କ୍ରମେ ୮୧ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ଟି ଶବକୁ ଏକାଧିକ ଲୋକ ନିଜର ସମ୍ପର୍କୀୟ ବୋଲି ଦାବି କରିଥିଲେ। ଏମିତିକି ଗୋଟିଏ ମୃତଦେହର ୪/୫ଟି ଦାବିଦାର ବାହାରିଥିଲେ। ଏଭଳି ହେବା ଯୋଗୁଁ ମୃତଦେହ ହସ୍ତାନ୍ତରରେ ସମସ୍ୟା ଦେଖା ଦେଇଥିଲା।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଏକାଧିକ ଦାବିଦାର ଥିବା ମୃତଦେହ ଚିହ୍ନଟ ପାଇଁ ଡିଏନ୍‌‌ଏ ପରୀକ୍ଷା କରାଇବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ଏଯାବତ୍‌‌ ମୋଟ ୧୧୯ ଜଣ ଦାବିଦାରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲାବୋରଟୋରୀକୁ ପଠାଯାଇଥିଲା। ସେଠାରେ ମ୍ୟାଚିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ ଏମ୍‌‌ସକୁ ୫ଟି ପର୍ଯ୍ୟାୟରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ୧୧୯ ଜଣ ସମ୍ପର୍କୀୟଙ୍କ ରକ୍ତ ନମୁନା ମୃତକଙ୍କ ଡିଏନଏ ସହିତ ମ୍ୟାଚ କରାଯିବା ପରେ ୫୩ ଜଣ ମୃତକଙ୍କ ପରିଚୟ ମିଳିଥିଲା।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ସେଥିମଧ୍ୟରୁ ୫୨ଟି ମୃତଦେହ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ମାସ ଠାରୁ ସେପ୍ଟେମ୍ୱର ମାସ ମଧ୍ୟରେ ଆଉ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର ହୋଇପାରିଛି। ମାସକ ମଧ୍ୟରେ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ ହେବା ବାକି ୨୮ଟି ମୃତଦେହଙ୍କ ପରିଚୟ ମିଳିବା ପ୍ରକ୍ରିୟାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ୨୮ଟି ମୃତଦେହର ପରିଚୟ ଏବେ ଯାଏଁ ମିଳିନଥିବା ବେଳେ ଦାବିଦାରଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି। 

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ଏମିତିକି ସପ୍ତାହରେ ଜଣେ କି ଦୁଇଜଣ ସମ୍ପର୍କୀୟ ଆସୁଛନ୍ତି। ଦାବିଦାରଙ୍କ ସଂଖ୍ୟା କମୁଥିବାରୁ ଶବ ଚିହ୍ନଟ ପାଇଁ ଚାଲିଥିବା ଡିଏନଏ ପରୀକ୍ଷା ପ୍ରକ୍ରିୟା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ଶବ ଦାବିଦାରଙ୍କ ଆସିବା ସଂଖ୍ୟା ହ୍ରାସ ପାଉଥିବାରୁ ୨୮ଟି ମୃତଦେହର ପରିଚୟ କିପରି ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି।

Share this story