କ୍ୟାପିଟାଲ ହସ୍ପିଟାଲ୍ରେ ସାଂଘାତିକ ଅବହେଳା, ଶିଶୁ ଅଦଳବଦଳ ଘଟଣାରେ ସସ୍ପେଣ୍ଡ ହେଲେ ମହିଳା ଆଟେଣ୍ଡାଣ୍ଟ
ଓଡ଼ିଆ ଗସିପ୍ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ କରିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଦରକାର ପଡ଼ିଲେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ତେବେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ସୂଚନା ମୂତାବକ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ। ପ୍ରାଣକୃଷ୍ଣ ବିଶ୍ବାଳ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରହନ୍ତି। ତାଙ୍କ ପତ୍ନୀଙ୍କର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ ତାଙ୍କ ପତ୍ନୀଙ୍କର ଅସ୍ତ୍ରୋପଚାର ହୋଇ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ଏହାର ୬ ମିନିଟ୍ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଓଟି ମଧ୍ୟରୁ ଜଣେ ଆଟେଣ୍ଡାଣ୍ଟ ଆସି ପ୍ରାଣକୃଷ୍ଣଙ୍କର ପୁଅ ହୋଇଥିବା କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ।
ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ
ପ୍ରସବ କରାଇଥିବା ଡାକ୍ତର, ସେଠାରେ ଥିବା ନର୍ସ ଓ ଅନ୍ୟ କର୍ମଚାରୀମାନେ ତାଙ୍କର ଝିଅ ହୋଇଛି ଏବଂ ପରେ ଅନ୍ୟଜଣଙ୍କର ପୁଅ ହୋଇଥିବା ତାଙ୍କୁ ବୁଝାଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରି ନଥିଲେ ପ୍ରାଣକୃଷ୍ଣ।ତାଙ୍କର ପୁଅ ହୋଇଛି, ଡାକ୍ତର ତଞ୍ଚକତା କରି ଶିଶୁ ବଦଳାଇ ଦେଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧୀକ୍ଷକଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ନିର୍ଦ୍ଦେଶକ ମାମଲାର ତଦନ୍ତ କରାଇଥିଲେ।
ଅଧିକ ପଢ଼ନ୍ତୁ: ଜୁଇରୁ ଅଧାପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା
ଏହି ଘଟଣାକୁ ନେଇ ୩ ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କର ଝିଅ ହୋଇଥିବା ଜଣାପଡ଼ିଛି। କିନ୍ତୁ ବ୍ୟକ୍ତି ଜଣଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିବାରୁ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ହିସାବରେ ମହିଳା ଆଟେଣ୍ଡାଣ୍ଟ୍ଙ୍କୁ ନିଲମ୍ବିତ କରାଯାଇଛି। ସେ ପ୍ରସବ ପରେ ଅଭିଯୋଗକାରୀଙ୍କୁ ପୁଅ ହୋଇଛି ବୋଲି ଭୁଲ ସୂଚନା ଦେଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ