ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା
 

A half-burnt body of Newly married woman was pulled out from the pyre in Motihari Bihar
ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିହାରର ମୋତିହାରରେ ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଶାଶୁଘର ଝିଅକୁ ଯୌତୁକ ଲୋଭ‌ରେ ହତ୍ୟା କରିଥିଲେ ଏବଂ ଶରୀରକୁ ଶୀଘ୍ର ପୋଡି ଦେବାକୁ ଚେଷ୍ଟା କରି ଥିଲେ। 

ପରିବାର ସଦସ୍ୟଙ୍କ କହିବାନୁସାରେ, ସେମାନେ ଗ୍ରାମବାସୀଙ୍କ ସୂଚନା ପାଇ ସମାଧିସ୍ଥଳରେ ପହଞ୍ଚିଥିଲେ ଏବଂ ଝିଅର ଶାଶୁଘରଲୋକ ସେମାନଙ୍କୁ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ପରିବାର ସଦସ୍ୟ ଅଧା ପୋଡା ଶରୀରକୁ ଉଠାଇ ଆଣି ପୁଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ନାବାଳିକାଙ୍କ ମା ରାମବତୀ ଦେବୀ ’ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁମାନେ ତାଙ୍କ ହାତ ଓ ଗୋଡ଼ରେ ବାନ୍ଧି ହତ୍ୟା କରିଛନ୍ତି। ମୃତକଙ୍କ ମା’ ରାମବତୀ ଦେବୀଙ୍କ ଅନୁଯାୟୀ ‘ମୋର ଝିଅର ବାହାଘର ଟୋଲା ଗ୍ରାମରେ ବସବାସ କରୁଥିବା ସୁବାଶ ଶର୍ମାଙ୍କ ପୁଅ ନିତିଶ କୁମାରଙ୍କ ସହ ଗତ ମାର୍ଚ୍ଚ ଆଠ ତାରିଖ‌ରେ ହୋଇଥିଲା। ବାହାଘରର କିଛିଦିନ ପରେ ସେମାନେ ମୋ ଝିଅକୁ ୫ଲକ୍ଷ ଟଙ୍କା ଓ ଏକ ବାଇକ୍ ପାଇଁ ଦାବି କରିଥି‌ଲେ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

କେବଳ ଏତିକି ନୁହେଁ ବାହାଘରର ୬ ମାସ ପରେ ସେମାନେ ଝିଅକୁ ମାଡମାରି ବାପ ଘରକୁ ପଠାଇ ଦେଇଥିଲେ। କିଛିଦିନ ପରେ ଜ୍ବାଇଁ ଆସି ଝିଅକୁ ପୁଣି ତାଙ୍କ ସହିତ ନେଇଯାଇଥିଲେ। ଏହାପରେ ବି ସେମାନେ ମାଡମାରୁଥିବା ଝିଅ ଅନେକ ସମୟରେ ମୋତେ ଫୋନ କରି କହୁଥିଲା।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ମୁଁ ତାକୁ ବୁଝାଇଥିଲି ମା’ ତୁ ବ୍ୟସ୍ତ ହଅନି ସବୁ ଠିକ ହୋଇଯିବ। ମୁଁ ବାପାଙ୍କ ସହ କଥା ହୋଇ ସେମାନଙ୍କ ଦାବି ଅନୁଯାୟୀ ‌ଯୌତୁକ ଦେଇଦେବି। କିନ୍ତୁ ଆମ ଝିଅକୁ ସେମାନେ ଜୀବନରୁ ମାରିଦେବେ ବୋଲି ଆମେ ଜମାରୁ ଭାବି ବି ନଥିଲୁ। 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ
 

Share this story