ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀବାସର ୫୦ ଛାତ୍ରୀ ଅସୁସ୍ଥ, ୧୦ ଜଣଙ୍କ ଅବସ୍ତା ଗୁରୁତର
 

50 Girl Students Fall Ill After Having Hostel Meal In Odishas Koraput
ଖାଦ୍ୟରେ ବିଷକ୍ରିୟା ୫୦ ଛାତ୍ରୀ ଅସୁସ୍ଥ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଲମତାପୁଟରେ ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ ୧୦ ଜଣଙ୍କ ଅବସ୍ତା ଗୁରୁତର। କୋରାପୁଟ ଜ଼ିଲ୍ଲା ଲମତାପୁଟ କସ୍ତୁର୍ବା ଗାନ୍ଧୀ ଛାତ୍ରୀବାସରେ ରାତି ୯ ଟାରେ ଭୋଜନ ଖାଇ ଅଚାନକ ପ୍ରାୟ ୫୦ ଛାତ୍ରୀ ଝାଡା ବାନ୍ତି ପେଟ ବଥାରେ ଆକ୍ରନ୍ତ ହୋଇଛନ୍ତି। 

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

ଖବର ପାଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୫ ଜଣିଆ ଡାକ୍ତର ଟିମ ପହଞ୍ଚି ଚିକତ୍ସା ଆରମ୍ଭ କରି ସମସ୍ତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଥି ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ତା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ସେମାନଙ୍କ ଚିକତ୍ସା ଜାରି ରହିଥିବା ବେଳେ ଘଟଣାକୁ ଲୁଚାଇବା ପାଇଁ ଡାକ୍ତରଙ୍କ ବୀନା ଅନୁମତିରେ ୱାଡନ ବହୁ ପିଲାଙ୍କୁ ହସ୍ଟେଲକୁ ଫେରାଇ ନେଇଥିବା କହିଛନ୍ତି। ଏବଂ ପିଲାଙ୍କ ଖାଦ୍ୟରେ କିଛି ଅଘଟଣ ହୋଇଥିବାରୁ ଫୁଡ ପଇଜନ ଦ୍ଵାରା ଏହିଭଳି ଘଟଣା ଘଟିଥିବା ନେଇ ସନ୍ଦେହ କରୁଛନ୍ତି ଡାକ୍ତର। 

ଅଧିକ ପଢନ୍ତୁ :କ୍ୟାରିୟରକୁ ନେଇ ଚିନ୍ତିତ ରହିବା ସହ ଏହି ରାଶିର ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବ! ପଢନ୍ତୁ ଆଜିର ରାଶିଫଳ 

ଆଜି କୋରାପୁଟରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀବାସକୁ ଯାଇ ନମୁନା ସଂଗ୍ରହ କରିବା ପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story