କ୍ୟାରିୟରକୁ ନେଇ ଚିନ୍ତିତ ରହିବା ସହ ଏହି ରାଶିର ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Monday 5 February 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଫେବୃଆରୀ ୫ ହେଉଛି ସୋମବାର। ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ଅଚାନକ ଖୁସି ଖବର ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ମହିଳାଙ୍କୁ ଗୁରୁ ଦାୟିତ୍ବ ମିଳିବ।

ବୃଷ: ଅଟକି ଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ଅଧିକ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଆୟ ଅନୁସାରେ ଖର୍ଚ୍ଚ କରିବା ଭଲ।

ମିଥୁନ: ସୁସମ୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଅଫିସ୍‌ରେ ମାନସମ୍ମାନ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ବନ୍ଧୁଙ୍କ ସହିତ ମଧୁର ବ୍ୟବହାର କରିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।

ସିଂହ: କାମଚାପ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ କଥା ମାନି ଚଳନ୍ତୁ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାମାନେ ଥକ୍କାପଣ ଅନୁଭବ କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ତୁଳା: ପରିବାରରେ ହସ ଖୁସି ଲାଗି ରହିବ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ ହେବେ। ପୁରୁଣା ବନ୍ଧୁ ଯୋଗ ଅଛି।

ବିଛା: ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ଅଯଥା ଖର୍ଚ୍ଚ ବଢ଼ିବ। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ। ଅନାଚନ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ନିଜ ଲୋକଙ୍କ ଠାରୁ ପ୍ରତାରିତ ହୋଇପାରନ୍ତି।

ଧନୁ: ବ୍ୟକ୍ତିଗତ ମାମଲାକୁ ନେଇ ଚିନ୍ତା ବଢ଼ିବ। ଅଫିସ୍‌ ଓ ଘର କାମରେ ବ୍ୟସ୍ତ ରହିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ଅତିଥି ସତ୍କାର କରିବେ।

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟ ଓ ବୁଧ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଖୁବଶୀଘ୍ର ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ। ପ୍ରେମ ବ୍ୟାପାରରେ ବିଫଳ ହେବେ।

କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ। ମନକୁ ଆୟତ୍ତରେ ରଖିବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ମୀନ: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆଶା କରିଥିବା ଦିଗରୁ ଧନ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ସମସ୍ୟା ଦେଖାଦେଇପାରେ। ବୈବାହିକ ଜୀବନ ସୁଖମୟ ହେବ। ସାବଧାନତା ସହିତ କାର୍ଯ୍ୟ କରିବା ଭଲ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story