ଲାଞ୍ଚ ନେବା ମାମଲାରେ ପୂର୍ବତନ ଜେଇ, ହେଡ୍‌‌କ୍ଲର୍କ ଓ କ୍ୟାସିଅରଙ୍କୁ ଜେଲ୍‌ ଦଣ୍ଡାଦେଶ 
 

3 government officials convicted in bribery case in Odishas Dhenkanal
ଚାକିରିରୁ ବହିଷ୍କାର ସହ ପେନସନ୍‌ ବନ୍ଦ ନିର୍ଦ୍ଦେଶ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଢେଙ୍କାନାଳ ସହର ମହିଷାପାଟସ୍ଥିତ ରେଙ୍ଗାଳୀ ଦକ୍ଷିଣ କେନାଲ ପ୍ରକଳ୍ପ ଅଧୀନରେ ୨୦୧୭ରେ କାର୍ଯ୍ୟରତ ଭୁବନ ବ୍ଲକରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ, ହେଡକ୍ଲର୍କ ଓ କ୍ୟାସିଅରଙ୍କୁ ଏକ ଲାଞ୍ଚ ମାମଲାରେ ଦଣ୍ଡିତ କରାଯାଇଛି। 

ଜନୈକ ଠିକାଦାରଙ୍କ ବିଲ୍‌ ପାସ୍‌ ପାଇଁ ଲାଞ୍ଚ ନେଇ ଧରାପଡ଼ିବା ଘଟଣାର ବିଚାର କରି ଢେଙ୍କାନାଳ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ବିକ୍ରମ ପଟ୍ଟନାୟକ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

ମହିଷାପାଟ ରେଙ୍ଗାଳୀ ଦକ୍ଷିଣ କେନାଲ କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ ତରଫରୁ ଭୁବନ ବ୍ଲକରେ ଜେଇ ଭାବରେ କାର୍ଯ୍ୟ କରୁଥିବା ନୀଳମଣି ନାୟକ, ସେହି ବ୍ଲକରେ କ୍ୟାସିଅର ଭାବରେ କାର୍ଯ୍ୟରତ ବଂଶୀଧର ପ୍ରଧାନ, ପୂର୍ବତନ ହେଡ କ୍ଲର୍କ ଭରତ ଚରଣ ପୃଷ୍ଟି ୨୦୧୭ ମସିହାରେ ଜନୈକ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। 

ଅଧିକ ପଢନ୍ତୁ :ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

ଏହି ମାମଲାର ବିଚାର କରି ଢେଙ୍କାନାଳ ସ୍ପେସାଲ ଭିଜିଲାନ୍ସ ଜଜ୍‌‌ ବିକ୍ରମ ପଟ୍ଟନାୟକ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୂର୍ବତନ ବ୍ଲକ କ୍ୟାସିଅର ବଂଶୀଧର ପ୍ରଧାନଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଅନାଦେୟ ୨ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ସେହିପରି ନୀଳମଣି ନାୟକଙ୍କୁ ୨ବର୍ଷ ଜେଲ ଓ ୨୦ ହଜାର ଜରିମାନା ସହ ଚାକିରୀରୁ ବହିଷ୍କାର ଏବଂ ପେନସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭରତ ଚରଣ ପୃଷ୍ଟିଙ୍କୁ ୨ ବର୍ଷ, ୨୦ ହଜାର ଜୋରିମାନା ସହ ପେନସନ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଏହି ମାମଲାକୁ କଟକ ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସିସପେକ୍ଟର ସହଦେବ ନାୟକ ତଦନ୍ତ କରିଥିବା ବେଳେ ସ୍ପେସାଲ ପିପି ଗଦାଧର ସାହୁ, ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ହେମନ୍ତ କୁମାର ଖଟୁଆ ପରିଚାଳନା କରୁଥିଲେ।

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 
 

Share this story